ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ପୂର୍ବତନ ବିଜେପି ବିଧାୟିକା ସଞ୍ଚିତା ମହାନ୍ତିଙ୍କ ପରଲୋକ

0

ଭୁବନେଶ୍ବର: ପରଲୋକରେ ସଞ୍ଚିତା ମହାନ୍ତି। କୋରାଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ତଥା ବିଜେପିର ବରିଷ୍ଠ ନେତ୍ରୀ ସଞ୍ଚିତା ଦେହାନ୍ତ। ଦୀର୍ଘ ଦିନ ଧରି ଅସୁସ୍ଥତା ପାଇଁ ସେ ଭୁବନେଶ୍ବର ଏମ୍ସରେ ଚିକିତ୍ସିତ ହେଉଥିଲା। ଆଜି ସକାଳେ ୭୩ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।
୪ ଦିନ ତଳେ କ୍ୟାନସରରେ ଚିହ୍ନଟ ହୋଇଥିଲେ ସଞ୍ଚିତା। ତାଙ୍କ ଚିକିତ୍ସା ଚାଲିଥିଲା। ଗତକାଲି ରାତିରେ ନାତିର ଜନ୍ମଦିନ କାର୍ଯ୍ୟକ୍ରମରେ ବି ସାମିଲ ହୋଇଥିଲେ। ହେଲେ ଆଜି ସକାଳେ ହଠାତ୍ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବା ପରେ ତାଙ୍କୁ ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ସେଠି ସେ ଇହଧ୍ୟାମ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ସାରା ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି।

ସଞ୍ଚିତା ମହାନ୍ତି ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାୟିକା ଥିଲେ। ସେ ରାଜ୍ୟ ବିଜେପିର ଜଣେ ଆଗଧାଡ଼ିର ମହିଳା ନେତ୍ରୀ ଥିଲେ। ସଞ୍ଜିତା ମହାନ୍ତି ୧୭ ସେପ୍ଟେମ୍ବର ୧୯୫୮ରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ବାପାଙ୍କ ନାମ ଥିଲା ରାଜେନ୍ଦ୍ର କୁମାର ସିଂହ। ରାଷ୍ଟ୍ରିୟ ବିଜ୍ଞାନରେ ସ୍ନାତକୋତ୍ତର କରିଥିଲେ। ପରେ ଓଡ଼ିଶୀ ନୃତ୍ୟରେ ସ୍ନାତକତ୍ତୋର କରିଥିଲେ। ପରବର୍ତ୍ତୀ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟରେ ଆଇନ ବିଜ୍ଞାନରେ ପଢ଼ିଥିଲେ। ସେ ଜଣେ ଓକିଲ ଭାବରେ କାର୍ଯ୍ୟ କରୁଥିଲେ। ସଞ୍ଚିତା ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଗୋପୀନାଥ ମହାନ୍ତିଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ପୁଅ ଅଛନ୍ତି।

ସଞ୍ଚିତା ମହାନ୍ତି ଭାରତୀୟ ଜନତା ପାର୍ଟି ରାଜନୈତିକ ଦଳର ଜଣେ କର୍ମୀ ଭାବରେ ଓଡ଼ିଶା ରାଜନୀତିରେ ସକ୍ରିୟ ଥିଲେ। ୨୦୦୪ ମସିହାର ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ। ବିଧାନସଭାରେ ସେ ଗୃହ ପର୍ଯ୍ୟଟନ ବିଭାଗ କମିଟି,ମହିଳା ଓ ଶିଶୁ ବିକାଶ କଲ୍ୟାଣ କମିଟି ଆଦିରେ ଜଣେ ସଭ୍ୟ ଭାବରେ କାର୍ଯ୍ୟ କରିଥିଲେ। ୨୦୦୯ ସାଧାରଣ ନିର୍ବାଚନରେ ପୁଣିଥରେ କୋରାଇ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ। ଏହି ନିର୍ବାଚନରେ ସେ ସମୁଦାୟ ୬,୧୦୧ ଖଣ୍ଡ ଭୋଟ ପାଇ ୩ୟ ସ୍ଥାନରେ ରହିଥିଲେ। ପରେ ପୁଣି ୨୦୧୪ ନିର୍ବାଚନରେ ବିଜେପି ତାଙ୍କୁ କୋରେଇରୁ ପ୍ରାର୍ଥୀ କରିଥିଲା। ମାତ୍ର ସେ ନିର୍ବାଚନରେ ପରାଜିତ ହୋଇ ତୃତୀୟ ସ୍ଥାନରେ ରହିଥିଲେ। ଏହା ପରଠାରୁ ସେ ଆଉ ପ୍ରତକ୍ଷ୍ୟ ରାଜନୀତିକୁ ନ ଓଲ୍ହାଇ ପରୋକ୍ଷରେ ଦଳ ସହ ଜଡ଼ିତ ଥିଲେ।

Leave A Reply

Your email address will not be published.