ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ଜିରୋ ନାଇଟ୍ ପାଇଁ କମିସନରେଟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

0

ଭୁବନେଶ୍ଵର: ଜିରୋ ନାଇଟ ସେଲିବ୍ରେଶନ ପାଇଁ କମିସନରେଟ ପୋଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ କମିସନର ସୁରେଶ ଦେବଦତ୍ତ ସିଂ ସୂଚନା ଦେଇ କହିଛନ୍ତି, ସୁରକ୍ଷା ଦାୟିତ୍ବରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ରହିବେ। ନିଜ ଥାନା ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବେ ସମସ୍ତ ଥାନା ଅଧିକାରୀ। ଅଗ୍ନିଶମ ବାହିନୀ ପକ୍ଷରୁ ମଧ୍ୟ ସରିଛି ଯାଞ୍ଚ ପ୍ରକ୍ରିୟା।

ସୁରକ୍ଷିତ ସହ ଲୋକେ କିଭଳି ସେଲିବ୍ରେଶନ କରିବେ ସେଥିପ୍ରତି ଗୁରୁତ୍ୱ। ମଦ୍ୟପ ଗାଡ଼ି ଚାଳକଙ୍କ ଉପରେ ନଜର ରହିବ ବୋଲି ସେ କହିଛନ୍ତି। ପୋଲିସ କମିସନର ଆହୁରି କହିଛନ୍ତି, ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ବାର୍‌, ରେଷ୍ଟୁରାଣ୍ଟ ମାଲିକଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ମହିଳାଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଛି କମିସନରେଟ ପୋଲିସ। ନିର୍ଦ୍ଧାରିତ ସମୟ ସୀମା ଭିତରେ କାର୍ଯ୍ୟକ୍ରମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Leave A Reply

Your email address will not be published.