ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟ ନିର୍ବାଚନ କମିଶନର

0

ପୁରୀ: ୩ ଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ଵରରେ ପହଞ୍ଚିବା ପରେ ପୁରୀ ଯାଇ ସେ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କଲେ ଭାରତର ମୁଖ୍ୟ ନିର୍ବାଚନ କମିଶନର। ଏହି ସମୟରେ ତାଙ୍କ ସାଙ୍ଗରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ। ସିଇସି ଶ୍ରୀ କୁମାର ଭୁବନେଶ୍ୱର ବିମାନବନ୍ଦରରେ ପରିବାର ସହିତ ପହଞ୍ଚିବା ପରେ ସେ ପରିବାର ସହ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରି ଆଶିଷ ନେଇଛନ୍ତି। ମୁଖ୍ୟ ନିର୍ବାଚନ ଆୟୁକ୍ତଙ୍କ ଗସ୍ତକୁ ଆଖି ଆଗରେ ରଖି ଆଜି ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ମହାପ୍ରଭୁଙ୍କୁ ଦର୍ଶନ କରିବା ପରେ ଜ୍ଞାନେଶ କୁମାର ତାଙ୍କ ସପରିବାର ସହ କୋଣାର୍କ ଅଭିମୁଖେ ଯାତ୍ରା କରିଛନ୍ତି। କୋଣାର୍କ ଯାଇ ସୂର୍ଯ୍ୟ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ବୁଲି ଦେଖିବେ। ରବିବାର ରଘୁରାଜପୁର, ଧଉଳି ଶାନ୍ତି ସ୍ତୂପ, ଖଣ୍ଡଗିରି, ଉଦୟଗିରି ଏବଂ ମୁକ୍ତେଶ୍ୱର ମନ୍ଦିର ପରିଦର୍ଶନ କରିବେ। ମୁଖ୍ୟ ନିର୍ବାଚନ କମିଶନର ଭାବେ ଦାୟିତ୍ଵ ନେବା ପରେ ଜ୍ଞାନେଶଙ୍କର ଏହା ପ୍ରଥମ ଓଡ଼ିଶା ଗସ୍ତ। ଜ୍ଞାନେଶଙ୍କ ଗସ୍ତର ଅନ୍ତିମ ଦିନ ଅର୍ଥାତ୍ ୨୯ ତାରିଖ ଦିନ ଗୁରୁତ୍ଵପୂର୍ଣ୍ଣ ରହିଛି। ଏହି ଦିନ ସେ ଓୟୁଏଟି ଅଡିଟୋରିୟମରେ ଏକ ବୁଥ୍‌ ସ୍ତରୀୟ ଅଧିକାରୀଙ୍କ ବୈଠକରେ ଅଧ୍ୟକ୍ଷତା କରିବେ। ଏସଆଇଆର ନେଇ ଆଲୋଚନା ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। ଏହାପରେ ସେ ୨୯ ତାରିଖ ରାତିରେ ଭୁବନେଶ୍ଵରରୁ ଫେରିଯିବେ।

Leave A Reply

Your email address will not be published.