ପ୍ରମୁଖ ଖବର

ମୁମ୍ବାଇର ଭୟାବହ ଅଗ୍ନିକାଣ୍ଡ: ୩ ମୃତ, ଅନେକ ଆହତ
ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ପାର୍ଥ ଚାଟର୍ଜୀଙ୍କ ଘରେ ଇଡି ଚଢ଼ାଉ
ରିଲାଏନ୍ସ ଅନୁରୋଧରେ ଇରାନୀ ତେଲ ଟ୍ୟାଙ୍କରକୁ ବିଶେଷ ଅନୁମତି
ମହାନଦୀ ଟ୍ରିବ୍ୟୁନାଲ ଅବଧି ବଢାଇଲେ କେନ୍ଦ୍ର ସରକାର
‘ସିଜିମାଳି’ ପାଇଁ ଜୁଏଲଙ୍କୁ ଚିଠି ଲେଖିଲେ ସସ୍ମିତ ପାତ୍ର
ସାଗରମାଳା ଯୋଜନାରେ ୩୧୫ ପ୍ରକଳ୍ପ ସମାପ୍ତ

ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ ଦାବି: ଗଠନ ହେଲା କମିଟି

0

ନ୍ୟୁଜ୍ ବ୍ୟୁରୋ: ରାଜ୍ୟର ସାଧାରଣ ଲୋକଙ୍କ ହିତକୁ ଦୃଷ୍ଟିରେ ରଖି ଓ ଚିକିତ୍ସା ସେବାକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ, ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗ ପକ୍ଷରୁ ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ (ଓମ୍‌ସା ) ଦ୍ୱାରା କରାଯାଇଥିବା ବିଭିନ୍ନ ଦାବିଗୁଡ଼ିକର ଅନୁଧ୍ୟାନ କରିବା ନିମନ୍ତେ ଏକ ଅନ୍ତର୍ବିଭାଗୀୟ କମିଟି ଗଠନ କରାଯାଇଛି।

ଏହି କମିଟି ଅତିରିକ୍ତ ମୁଖ୍ୟ ସଚିବ, ଜିଏ ଏବଂ ପିଜି ବିଭାଗଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଛି । କମିଟିର ସଦସ୍ୟ ଭାବେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ, ଆଇନ ବିଭାଗର ପ୍ରମୁଖ ଶାସନ ସଚିବ, ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ ଏବଂ ଓଡ଼ିଶା ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ରହିଛନ୍ତି। ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ବିଭାଗର କମିଶନର-ତଥା-ସଚିବ କମିଟିର ସଦସ୍ୟ-କନଭେନର୍‌ ଭାବେ କାର୍ଯ୍ୟ କରିବେ।

ଏହି କମିଟି ଓମ୍‌ସାର ବିଭିନ୍ନ ଦାବି ଉପରେ ଆଲୋଚନା କରି, ସେଗୁଡ଼ିକର ବିଭିନ୍ନ ଦିଗ ଗୁଡିକ ବିଚାର କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ। ରାଜ୍ୟ ସରକାର ଚିକିତ୍ସକମାନଙ୍କ ସମସ୍ୟା ପ୍ରତି ସମ୍ବେଦନଶୀଳ ଓ ସାର୍ବଜନୀନ ସ୍ୱାସ୍ଥ୍ୟ ସେବାକୁ ଅଧିକ କାର୍ଯ୍ୟକାରୀ କରିବା ପାଇଁ ସଦା ସକାରାତ୍ମକ ପଦକ୍ଷେପ ଗ୍ରହଣ କରୁଛନ୍ତି।

Leave A Reply

Your email address will not be published.