ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ମାଲଗାଡ଼ି ଟ୍ରେନ ଲାଇନଚ୍ୟୁତ, ନଦୀକୁ ଖସିଲା ଅନେକ ବଗି

0

ବିହାର: ବିହାରର ଜମୁଇ ଜିଲ୍ଲାରେ ବଡ଼ଧରଣର ଟ୍ରେନ ଦୁର୍ଘଟଣା ଘଟିଛି। ଟେଲୱା ବଜାର ରେଲଓ୍ବେ ହଲ୍ଟ ନିକଟରେ ଆସନସୋଲରୁ ସିମେଣ୍ଟ ନେଇ ଆସୁଥିବା ଏକ ମାଲଗାଡ଼ି ଓଲଟିପଡିଛି। ଦୁର୍ଘଟଣାରେ ଅନେକ ବଗି ଲାଇନଚ୍ୟୁତ ହୋଇଥିବାବେଳେ କିଛି ନଦୀ ତଳକୁ ଖସିଯାଇଛି।
ଆସାନସୋଲ ରେଳ ଡିଭଇଜନ ଅନ୍ତର୍ଗତ ଜସିଡିହ-ଝାଝା ମୁଖ୍ୟ ରେଳ ଲାଇନର ତେଲଓ୍ବା ବଜାର ହଲ୍ଟ ନିକଟ ବଦୁଆ ନଦୀ ଉପରେ ଥିବା ବ୍ରିଜ ନମ୍ବର ୬୭୬ ରେ ଏହି ଦୁର୍ଘଟଣା ଘଟିଛି। ଗତକାଲି ବିଳମ୍ବିତ ରାତିରେ ମାଲବାହୀ ଟ୍ରେନ ଟ୍ରାକରୁ ଲାଇନଚ୍ୟୁତ ହୋଇଥିଲା । ଯାହା ଫଳରେ ୧୬ଟି ବଗି ଟ୍ରାକରୁ ତଳକୁ ଖସିଯାଇଥିଲା।

ରିପୋର୍ଟ ଅନୁଯାୟୀ, ମାଲବାହୀ ଟ୍ରେନର ମୋଟ ୧୬ରୁ ୧୯ ବଗି ଲାଇନଚ୍ୟୁତ ହୋଇଥିଲା। ସେଥିମଧ୍ୟରୁ କିଛି ବଗି ବ୍ରିଜ ଉପରେ ପଡିଥିବା ବେଳେ ୩ଟି ବଗି ସିଧା ବ୍ରିଜ ତଳ ଥିବା ବଦୁଆ ନଦୀ ମଧ୍ୟକୁ ଖସିପଡିଥିଲା। ସିମେଣ୍ଟ ବସ୍ତା ଗୁଡିକ ଟ୍ରାକରେ ବିଛେଇହୋଇ ପଡିଥିଲା। ଖବର ପାଇବା ପରେ ରେଲୱେର ବରିଷ୍ଠ ଅଧିକାରୀ, ଇଂଜିନିୟରିଂ ବିଭାଗ ଏବଂ ଟ୍ରାକ ମେଣ୍ଟେନାନ୍ସ ଏବଂ ସୁରକ୍ଷା ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ତେବେ ଘଟଣାରେ କେହି ମୃତାହତ ହେବାର ଖବର ଆସିନି। ରେଳ ପ୍ରଶାସନ ତରଫରୁ ଟ୍ରେନ ରୁଟ୍ ବଦଳାଇବା ପାଇଁ ପଦକ୍ଷେପ ନିଆଯାଇଛି । କ୍ରେନ ସହାୟତାରେ ବଗିଗୁଡିକ ଟ୍ରାକରୁ ହଟାଯାଉଛି। ଯୁଦ୍ଧାକଳୀନ ଭିର୍ତ୍ତିରେ କାମ ଚାଲିଛି।

Leave A Reply

Your email address will not be published.