ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

୪ ଓଡ଼ିଆଙ୍କୁ ମିଳିବ ସି ଭି ରମଣ ପୁରସ୍କାର

0

୨୦୨୬ ବର୍ଷ ପାଇଁ ସି ଭି ରମଣ ସମ୍ମାନ ଚୟନ ପରିଷଦ ପକ୍ଷରୁ ସି ଭି ରମଣ ପୁରସ୍କାର ଘୋଷଣା ହୋଇଛି । ତେବେ ୪ ଓଡ଼ିଆଙ୍କୁ ମିଳିବ ସି ଭି ରମଣ ପୁରସ୍କାର । ସେମାନଙ୍କ ମଧ୍ୟରୁ ପଦାର୍ଥ ବିଜ୍ଞାନ ର ଗବେଷଣା କ୍ଷେତ୍ରରେ ମୁମ୍ବାଇ ସ୍ଥିତ ଭାବା ଆଣବିକ ଗବେଷଣା କେନ୍ଦ୍ରର ପୂର୍ବତନ ବରିଷ୍ଠ ବୈଜ୍ଞାନିକ ପ୍ରଫେସର ଅଶୋକ ଦାସ, ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଭୁବନେଶ୍ୱର ଏମସ ର ପ୍ରଫେସର ତୁଷାର ସୁଭଦର୍ଶନ ମିଶ୍ର , ଇଂନିଜିୟରିଂ ଶିକ୍ଷା କ୍ଷେତ୍ରରେ ୱାରାଙ୍ଗଲ ସ୍ଥିତ ଏନ. ଆଇ.ଟି ର ସହକାରୀ ପ୍ରଫେସର ଡ଼କ୍ଟର ସଞ୍ଜୟ କୁମାର ପଣ୍ଡାଙ୍କୁ ଯୁବ ବିଜ୍ଞାନୀ ପୁରସ୍କାର ଓ ପଶ୍ଚିମବଙ୍ଗର ଏମସ କଲ୍ୟାଣୀରୁ ପ୍ରଥମ ବର୍ଷର ଛାତ୍ର ଅରବିନ୍ଦ ସାହୁ ସି ଭି ରମଣ ଛାତ୍ର ପ୍ରତିଭା ସମ୍ମାନ ପାଇବେ। ଆସନ୍ତା ଜାତୀୟ ବିଜ୍ଞାନ ଦିବସ ଉପଲକ୍ଷେ ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯିବ ।

Leave A Reply

Your email address will not be published.