ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ବିଦ୍ୟାଳୟ ପରିସରରେ ନିଆଁରେ ପୋଡି ୪ ଛାତ୍ର ଗୁରୁତର

0

ରାୟଗଡ଼ା: ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ପାଇକଡ଼ାକୁଲୁଗୁଡ଼ାସ୍ଥ ଉନ୍ନିତ ଉଚ୍ଚ ବିଦ୍ୟାଳୟ ପରିସରରେ ଅଘଟଣ। ବିଦ୍ୟାଳୟ ପରିସରରେ ପାଠପଢ଼ା ଚାଲିଥିଲା ବଳେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୪ ଜଣ ଛାତ୍ର ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ରହିଛି।

ଜଣକର ଅବସ୍ଥା ସଙ୍କଟାପନ୍ନ ରହିଛି। ଆଜି ଅପରାହ୍ନ ୩ଟା ସମୟରେ ବିଦ୍ୟାଳୟ କିଛି ଛାତ୍ର ପରିସ୍ରା କରିବାକୁ ଯାଇଥିଲେ। ସେ ସମୟରେ ବିଦ୍ୟାଳୟର ଜଣେ ଛାତ୍ର ୪ଜଣ ଛାତ୍ରଙ୍କ ଉପରେ ଥିନର ପକାଇ ଦିଆସିଲି ଲଗାଇ ଦେଇଥିଲା ବୋଲି କୁହାଯାଉଛି। ଫଳରେ ପିଲାମାନଙ୍କ ଶରୀର ଅଗ୍ନି ସଂଯୋଗ ହୋଇଥିଲା। ପିଲାମାନେ ଜଳିଯାଉଥିଲେ। ଖବର ପାଇଁ ବିଦ୍ୟାଳୟ ଶିକ୍ଷକମାନେ ଚାରିଜଣ ଛାତ୍ରଙ୍କୁ ଉଦ୍ଧାର କରି ବିଷମକଟକ ଗୋଷ୍ଠୀ ସ୍ୱାସ୍ଥ୍ୟକୁ ଚିକିତ୍ସା ନିମନ୍ତେ ନେଇଛନ୍ତି। ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଖ୍ରୀଷ୍ଠୀୟାନ୍ ହସ୍‌ପିଟାଲ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ମଧ୍ୟରେ ବିରାଜ ଟାକ୍ରି ଗୁରୁତର ରହିଛି। ସପ୍ତମ ଶ୍ରେଣୀ ଛାତ୍ର ବିରାଜ ଟାକ୍ରି, ନଳିନ ହୁଇକା, ରୋହିତ ଖରା ଏବଂ ପଂଚମ ଶ୍ରେଣୀ ଛାତ୍ର ସୁଦାବ ବାଘ ଆହତ ଅଛନ୍ତି।

Leave A Reply

Your email address will not be published.