ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଦିଲ୍ଲୀ ଦଙ୍ଗା ମାମଲା: ଉମର ଖାଲିଦ, ଶାରଜିଲ ଇମାମଙ୍କ ଜାମିନ ନାମଞ୍ଜୁର କଲେ ସୁପ୍ରିମକୋର୍ଟ

0

ନୂଆଦିଲ୍ଲୀ; ଦିଲ୍ଲୀ ଦଙ୍ଗାରେ ଅଭିଯୁକ୍ତ ଉମର ଖାଲିଦ ଏବଂ ଶାର୍ଜିଲ ଇମାମଙ୍କ ଜାମିନ ଆବେଦନକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଆଜି ୨୦୨୦ରେ ଘଟିଥିବା ଘଟଣାକୁ ନେଇ ସୁପ୍ରିମକୋର୍ଟ ଏହି ରାୟ ଶୁଣାଇଛନ୍ତି। ଅନ୍ୟପଟେ ଜେଲରେ ଥିବା ଅନ୍ୟ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ୧୨ଟି ସର୍ତ୍ତ ସହିତ ଜାମିନ ଦିଆଯାଇଛି। ଆବେଦନ ଉପରେ ରାୟ ଦେବା ସମୟରେ, ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରଥମ ଦୃଷ୍ଟିରୁ ତଥ୍ୟ ସ୍ପଷ୍ଟ ଭାବରେ ଶର୍ଜିଲ ଏବଂ ଉମରଙ୍କ ଷଡ଼ଯନ୍ତ୍ରକୁ ସୂଚିତ କରୁଛି।

ଉମର ଖାଲିଦ ପ୍ରାୟ ପାଞ୍ଚ ବର୍ଷ ଧରି ଜେଲରେ ଅଛନ୍ତି। ତାଙ୍କୁ ସେପ୍ଟେମ୍ବର ୨୦୨୦ରେ ଗିରଫ କରାଯାଇଥିଲା। କୋର୍ଟ କହିଛନ୍ତି ଯେ ଜାତୀୟ ସୁରକ୍ଷା ପ୍ରସଙ୍ଗକୁ ବିଚାର କରାଯିବା ଆବଶ୍ୟକ। ଏପରି ମାମଲାରେ, କେବଳ ବିଳମ୍ବ ଆଧାରରେ ଛାଡ ଦିଆଯାଇପାରିବ ନାହିଁ। ବିଭିନ୍ନ ଦିଗ ଉପରେ ବିଚାର କରିବା ଗୁରୁତ୍ୱପୂର୍ଣ୍ଣ। ଯଦି ବିଚାର ଏକ ବର୍ଷ ପର୍ଯ୍ୟନ୍ତ ସମାପ୍ତ ନହୁଏ ତେବେ ଶର୍ଜିଲ ଏବଂ ଉମର ଜାମିନ ପାଇଁ ଆବେଦନ କରିପାରିବେ।

୨୦୨୦ ମସିହା ଫେବ୍ରୁଆରି ମାସରେ ଉତ୍ତର-ପୂର୍ବ ଦିଲ୍ଲୀରେ ଘଟିଥିବା ସାମ୍ପ୍ରଦାୟିକ ଦଙ୍ଗା ସହ ଜଡ଼ିତ ବହୁତ ବଡ଼ ଷଡ୍‌ଯନ୍ତ୍ର ମାମଲାର ମୁଖ୍ୟ ଅଭିଯୁକ୍ତ ଥିଲେ ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)ର ପୂର୍ବତନ ଛାତ୍ରନେତା ଉମର ଖାଲିଦ ଓ ଶର୍ଜିଲ ଇମାମ। ଦଙ୍ଗାରେ ସେମାନଙ୍କ ଭୂମିକା ବହୁତ ବଡ଼ ଥିବା କହି ସୁପ୍ରିମକୋର୍ଟ ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ଅନ୍ୟ ୫ଜଣ ଅଭିଯୁକ୍ତଙ୍କୁ କୋର୍ଟ ଜାମିନ ଦେଇଥିବା ଜଣାଯାଇଛି।
ଖାଲିଦ ସୁପ୍ରିମକୋର୍ଟରେ ଯୁକ୍ତି ଦେଇଥିଲେ ଯେ, ତାଙ୍କ ବିରୋଧରେ କୌଣସି ହିଂସାତ୍ମକ କାର୍ଯ୍ୟାନୁଷ୍ଠାନର ପ୍ରମାଣ ନାହିଁ ଏବଂ ସେ କେବଳ ଭାଷଣ ଦେଇଥିଲେ, ସେଥିପାଇଁ ସେ ଜେଲରେ ଅଛନ୍ତି। ଏହା ସତ୍ତ୍ବେ ସୁପ୍ରିମକୋର୍ଟ, ଦିଲ୍ଲୀ ହାଇକୋର୍ଟର ନିଷ୍ପତ୍ତିକୁ ସମର୍ଥନ କରି ତାଙ୍କୁ ଜାମିନ ଦେବାକୁ ମନା କରିଛନ୍ତି। ସୁପ୍ରିମକୋର୍ଟ କହିଛନ୍ତି ଯେ, ଉମର ଖାଲିଦ ଏବଂ ଶର୍ଜିଲ ଇମାମଙ୍କ ଭୂମିକା ଅନ୍ୟ ଅଭିଯୁକ୍ତମାନଙ୍କଠାରୁ ଭିନ୍ନ, ଏବଂ ସେମାନଙ୍କ ବିରୋଧରେ ଷଡ଼ଯନ୍ତ୍ରର ପର୍ଯ୍ୟାପ୍ତ ପ୍ରମାଣ ଅଛି। କୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ଏବେ ୨ମୁଖ୍ୟ ଅଭିଯୁକ୍ତଙ୍କ ଭୂମିକା ଅନ୍ୟ ଅଭିଯୁକ୍ତଙ୍କ ସହିତ ତୁଳନା କରାଯାଇପାରିବ ନାହିଁ।

ଏହି ମାମଲାରେ ଅଭିଯୁକ୍ତମାନଙ୍କ ବିରୋଧରେ ଗୁରୁତର ଅଭିଯୋଗ ରହିଛି। ଦିଲ୍ଲୀ ପୋଲିସର ସ୍ପେଶାଲ ସେଲ୍‌ ଅଭିଯୋଗ କରିଥିଲା ଯେ ଉମର ଖାଲିଦ, ଶର୍ଜିଲ ଇମାମ ଓ ଅନ୍ୟ ୫ ଅଭିଯୁକ୍ତ ଏହି ଦଙ୍ଗାକୁ ଉସକାଇବା ସହ ବିଶାଳ ଷଡ୍‌ଯନ୍ତ୍ର ରଚନା କରିଥିଲେ। ଦୁହେଁ ନାଗରିକତା ସଂଶୋଧନ ଆଇନ (ସିଏଏ) ଏବଂ ଜାତୀୟ ନାଗରିକ ପଞ୍ଜୀକରଣ (ଏନଆରସି) ବିରୋଧରେ ପ୍ରତିବାଦ ସମୟରେ ହିଂସା ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର କରିଥିଲେ। ୨୦୨୦ ଫେବ୍ରୁଆରି ୨୩ରୁ ୨୫ ତାରିଖ ମଧ୍ୟରେ ଏହି ଦଙ୍ଗା ହୋଇଥିଲା।

Leave A Reply

Your email address will not be published.