ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଏପ୍ରିଲରୁ ଓଡ଼ିଶାରେ ହେବ ଜନଗଣନା

0

ଭୁବନେଶ୍ବର: ଆସନ୍ତା ଏପ୍ରିଲରୁ ଓଡ଼ିଶାରେ ଆରମ୍ଭ ହେବ ପ୍ରଥମ ପର୍ଯ୍ୟାୟ ଜନଗଣନା। ଏନେଇ ଜନଗଣନା ନିର୍ଦ୍ଦେଶକ ନିଖିଲ ପୱନ କଲ୍ୟାଣ ସୂଚନା ଦେଇଛନ୍ତି। ରାଜ୍ୟସ୍ତରୀୟ ଜନଗଣନା ସମନ୍ୱୟ କମିଟି ବୈଠକ ଆଜି ଅନୁଷ୍ଠିତ ହେଉଥିବା ବେଳେ ଏହି ସୂଚନା ଦିଆଯାଇଛି।
୦୨୭ ଫେବୃଆରୀରେ ହେବ ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା। ପ୍ରଥମ ପର୍ଯ୍ୟାୟରେ ଘର ଓ ଆସବାପତ୍ର ଗଣନା ହେବ । ଦ୍ୱିତୀୟ ପର୍ଯ୍ୟାୟରେ ଘରକୁ ଘର ବୁଲି ଜନଗଣନା କରାଯିବ। ଏଥିପାଇଁ ନିଯୁକ୍ତ ହେବେ ଲକ୍ଷାଧିକ ଜନଗଣନା ଅଧିକାରୀ ଜଣେ ଚାହିଁଲେ ନିଜ ତଥ୍ୟ ୱେବସାଇଟରେ ମଧ୍ୟ ପଞ୍ଜିକୃତ କରିପାରିବେ। ରାଜ୍ୟରେ ଜନଗଣନା ପାଇଁ ୬ ମାସ ଧରି ପ୍ରସ୍ତୁତି ଚାଲିଥିଲା। ଭୁବନେଶ୍ୱର ଓ କଟକରେ ଏଥିପାଇଁ ଟେଷ୍ଟ ସରିଛି। ନୂଆ ଘୋଷଣା ହୋଇଥିବା ଏନଏସି ଓ ପୌରପାଳିକା ସୀମା ବି ଫାଇନାଲ ହୋଇଛି।

ଆସନ୍ତା ୩ ମାସ ଧରି ଜନଗଣନା ଅଧିକାରୀଙ୍କୁ ଦିଆଯିବ ଟ୍ରେନିଂ। ୨୦୦ ଘର ପାଇଁ ଜଣେ ଲେଖାଏଁ ଜନଗଣନା ଅଧିକାରୀ ନିଯୁକ୍ତ ହେବେ। ୬ ଅଧିକାରୀଙ୍କ ପାଇଁ ଜଣେ ସୁପରଭାଇଜର ନିଯୁକ୍ତ ହେବେ। ରାଜ୍ୟରେ ପ୍ରାୟ ଲକ୍ଷେ ଜନଗଣନା ଅଧିକାରୀ ନିଯୁକ୍ତି ପାଇବେ। ଜଣେ ଜନଗଣନା ଅଧିକାରୀଙ୍କୁ ୨୫ ହଜାର ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯିବ।

ଜଣେ ଲୋକ ନିଜେ ଚାହିଁଲେ ନିଜ ତଥ୍ୟ ଦେଇ ୱେବସାଇଟ ଜରିଆରେ ପଞ୍ଜିକୃତ କରିପାରିବେ। ଏଥିପାଇଁ ମୋବାଇଲ ନମ୍ବରରେ ଓଟିପି ବେସଡ ହେବ। ଗୋଟିଏ ନମ୍ବର ଦୁଇ ଥର ବ୍ୟବହାର କରି ହେବନି କି ଆପରୁ ସ୍କ୍ରିନ ସଟ୍ ମଧ୍ୟ ନେଇହେବ ନାହିଁ। ପ୍ରାୟ ୯୦ ପ୍ରତିଶତ କାମ ଅନଲାଇନରେ ହେବ। ୧୦୦ ପ୍ରତିଶତ ସଠିକ ଜନଗଣନା କରାଯିବ।

Leave A Reply

Your email address will not be published.