ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଇରାନ ଛାଡ଼ିବାକୁ ଭାରତୀୟଙ୍କୁ ନିର୍ଦ୍ଦେଶ, ଜାରି ହେଲା ହେଲ୍ପ ଲାଇନ୍ ନଂ

0

ନୂଆଦିଲ୍ଲୀ: ଇରାନରେ ପରିସ୍ଥିତି ବିଗିଡ଼ିବାରେ ଲାଗିଛି। ଇରାନରେ ସରକାରୀ ବିରୋଧୀ ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ମୃତ୍ୟୁ ସଂଖ୍ୟ ୨୫୦୦ ଅତିକ୍ରମ କଲାଣି।ଇରାନରେ ଲାଗି ରହିଥିବା ରାଜନୈତିକ ଅସ୍ଥିରତାକୁ ଦେଖି ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ଭାରତ ନିର୍ଦ୍ଦେଶନାମା ଜାରି କରିଛି। ଭାରତ ସରକାର ନିଜ ନାଗରିକ ପାଇଁ ଆଡଭାଇଜରୀ ଜାରି କରିଛି। ତେହରାନ ସ୍ଥିତ ଭାରତୀୟ ଦୂତାବାସ ତାର ନାଗରିକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ବିଦେଶ ମନ୍ତ୍ରଣାଳୟ ତରଫରୁ କୁହାଯାଇଛି ଯେ ସମସ୍ତ ଭାରତୀୟ ନାଗରିକ ଏବଂ ପିଆଇଓମାନେ ସତର୍କତା ଅବଲମ୍ବନ କରିବା ଉଚିତ। ଗତ ଜାନୁଆରୀ ୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଇରାନରେ ଲଗାତର ଭାବେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ବାଣିଜ୍ୟିକ ବିମାନ ହେଉ କିମ୍ବା ଅନ୍ୟ ପରିବହନ ବ୍ୟବସ୍ଥାରେ ମାଧ୍ୟମରେ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି। ପ୍ରତିବାଦ କିମ୍ବା ପ୍ରଦର୍ଶନ କ୍ଷେତ୍ରକୁ ଏଡାଇବାକୁ ପରାମର୍ଶ ଦିଆଯାଇଛି।

ଏହା ସହ ଇରାନରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବା ସହ ଯେକୌଣସି ଘଟଣା ପାଇଁ ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି। ଏହି ସମ୍ବନ୍ଧରେ ଯେକୌଣସି ସହାୟତା ପାଇଁ ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏଥି ସହିତ ଭାରତୀୟ ଦୂତାବାସର ଜରୁରୀକାଳୀନ ସହାୟତା ଯୋଗାଯୋଗ ନମ୍ବର ମଧ୍ୟ ଜାରି କରାଯାଇଛି । ସେହି ନମ୍ବରଗୁଡ଼ିକ ହେଲା- +୯୮୯୧୨୮୧୦୯୧୧୫, +୯୮୯୧୨୮୧୦୯୧୦୯, +୯୮୯୧୨୮୧୦୯୧୦୨ ଏବଂ +୯୮୯୯୩୨୧୭୯୩୫୯ । ଇରାନରେ ସରକାର ବିରୋଧୀ ଆନ୍ଦୋଳନ ଅତି ଭୟଙ୍କର ରୂପ ଧାରଣ କରିଛି। ସର୍ବୋଚ୍ଚ ନେତା ଆୟାତୋଲ୍ଲା ଖାମେନେଇଙ୍କ ଶାସନ ବିରୁଦ୍ଧରେ ଚାଲିଥିବା ଏହି ବିଦ୍ରୋହକୁ ଦବାଇବା ପାଇଁ ସେନା ଏବଂ ପୋଲିସ ପକ୍ଷରୁ ଚରମ ପଦକ୍ଷେପ ଗ୍ରହଣ କରାଯାଉଛି।

Leave A Reply

Your email address will not be published.