ନ୍ୟୁଜ୍ ବ୍ୟୁରୋ: ମାଦକ ଦ୍ରବ୍ୟ କିଣାବିକା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଗୁଟଖା କ୍ରୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର। ପାନ ମସଲା, ଜର୍ଦ୍ଦା, ଖଇନି, ଗୁଟଖା, ତମ୍ବାକୁ କିଣାବିକାରେ କଟକଣା। ମାଦକ ଦ୍ରବ୍ୟ କିଣାବିକା ନେଇ ରାଜ୍ୟ ସରକାରଙ୍କ ବଡ଼ ପଦକ୍ଷେପ। ଗୁଟଖା କ୍ରୟ ବିକ୍ରୟ ଉପରେ ପ୍ରତିବନ୍ଧକ ଲଗାଇଲେ ରାଜ୍ୟ ସରକାର। ପାନ ମସଲା, ଜର୍ଦ୍ଦା, ଖଇନି, ଗୁଟଖା, ତମ୍ବାକୁ କିଣାବିକାରେ କଟକଣା। ନିକୋଟିନ୍ ଯୁକ୍ତ ସମସ୍ତ ପ୍ରକାର ଖାଦ୍ୟ ପଦାର୍ଥର ଉତ୍ପାଦନ, ପ୍ରସ୍ତୁତି, ପ୍ୟାକେଜିଂ, ସଞ୍ଚୟ, ପରିବହନ, ବାଣିଜ୍ୟ ଓ ବିକ୍ରୟ ଉପରେ କଟକଣା ଲଗାଯାଇଇଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ଏଫ୍ଏସ୍ଏସ୍ଏଆଇଙ୍କ ଗାଇଡଲାଇନ୍ ଅନୁସାରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ତମ୍ବାକୁ ଓ ନିକୋଟିନ୍ ଯୁକ୍ତ ପଦାର୍ଥ ଗୁରୁତର ତମାଖୁ ଓ ନିକୋଟିନ୍ ଯୁକ୍ତ ପଦାର୍ଥଗୁଡ଼ିକ ମୁଖ, ଗଳା, ଅନ୍ତର୍ନିହିତ ଅଙ୍ଗରେ କ୍ୟାନ୍ସର ସହିତ ଗୁରୁତର ରୋଗ ସୃଷ୍ଟି କରୁଛି। ବିଶେଷ କରି ଶିଶୁ ଓ ଯୁବପିଢ଼ିଙ୍କ ସ୍ବାସ୍ଥ୍ୟ ପାଇଁ ଏହା ଅତ୍ୟନ୍ତ ହାନିକାରକ। ତେଣୁ ସାର୍ବଜନୀନ ସ୍ବାସ୍ଥ୍ୟ ହିତରେ ଏହି ନିଷେଧ ଲାଗୁ କରାଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନୋଟିଫିକେଶନ ନମ୍ବର ୨୦୬୫/୨୧।୧।୨୦୨୬ ଅନୁସାରେ ଏହି ନିଷେଧାଦେଶ ଲାଗୁ କରାଯାଇଛି। ସାଧାରଣ ଲୋକଙ୍କୁ ଏହି ନିଷେଧାଜ୍ଞା ପାଳନ କରି ସୁସ୍ଥ ଓ ତମାଖୁମୁକ୍ତ ଓଡ଼ିଶା ଗଠନରେ ସହଯୋଗ କରିବାକୁ ରାଜ୍ୟ ସରକାର ଆହ୍ବାନ କରିଛନ୍ତି।
ପ୍ରମୁଖ ଖବର
ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍ ପଛରେ ପିଟିହେଲା କାର୍, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ