ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

୪.୫୭ ଲକ୍ଷ ହିତାଧିକାରୀଙ୍କୁ ମିଳିଲା ସୁଭଦ୍ରା ଟଙ୍କା

0

ଭୁବନେଶ୍ୱର: ଖାତାକୁ ଆସିଲା ସୁଭଦ୍ରା ଟଙ୍କା। ମହିଳା ଓ ଶିଶୁ ବିକାଶ ବିଭାଗର ପୂର୍ବ ଘୋଷଣା ମୁତାବକ ଗୁରୁବାର ଦିନ ୪,୫୭,୬୮୧ ହିତାଧିକାରୀଙ୍କୁ ‘ସୁଭଦ୍ରା’ ଯୋଜନା କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ଭୁବନେଶ୍ୱରର ଓଡ଼ିଶା କୃଷି ଓ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟ (ଓୟୁଏଟି) କ୍ୟାମ୍ପସରେ ଆୟୋଜିତ ଏକ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସହାୟତା ରାଶି ପ୍ରଦାନ କରିଛନ୍ତି। ୩୧୫ କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତରରେ ନୂଆ ଭାବରେ ପଞ୍ଜୀକୃତ ହିତାଧିକାରୀଙ୍କ ସହିତ ପୂର୍ବରୁ ବାଦ ପଡ଼ିଥିବା ହିତାଧିକାରୀ ମାନେ ମଧ୍ୟ ଏହି ରାଶି ପାଇଛନ୍ତି।

୧,୭୮,୩୯୮ ଜଣ ନୂଆ ଭାବରେ ପଞ୍ଜୀକୃତ ମହିଳା ସେମାନଙ୍କର ପ୍ରଥମ କିସ୍ତି ୫,୦୦୦ ଟଙ୍କା ପାଇଥିବାବେଳେ ଯାଞ୍ଚ ସମସ୍ୟା ଯୋଗୁଁ ପୂର୍ବରୁ ବାଦ ପଡ଼ିଥିବା ୨,୫୫,୨୬୫ ଜଣ ମହିଳାଙ୍କୁ ପୁନଃ ଅନ୍ତର୍ଭୁକ୍ତ କରାଯାଇ ସହାୟତା ପ୍ରଦାନ କରାଯାଇଛି। ଅଭିଯୋଗ ସମାଧାନ ଶୁଣାଣି ମାଧ୍ୟମରେ ସାମିଲ ହୋଇଥିବା ଅତିରିକ୍ତ ୨୪,୦୧୮ ଜଣ ହିତାଧିକାରୀ ମଧ୍ୟ ଉପକୃତ ହୋଇଛନ୍ତି।

Leave A Reply

Your email address will not be published.