ପ୍ରମୁଖ ଖବର

ରାଉରକେଲା ବିମାନ ଦୁର୍ଘଟଣା: ଚିକିତ୍ସାଧୀନ ଅବସ୍ଥାରେ ଜଣେ ମୃତ
ପ୍ରଥମଥର ପାଇଁ ଲାଲକିଲ୍ଲାରେ ଲାଗିବ କ୍ୟାମେରା, ୭ ବର୍ଷ ପରେ ମିଳିଲା ଅନୁମୋଦନ
ଭାରତର ପ୍ରଥମ ବନ୍ଦେ ଭାରତ ସ୍ଲିପର ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ
ସୁରକ୍ଷାକର୍ମୀ-ମାଓବାଦୀ ଭିତରେ ଗୁଳିବିନିମୟ, ୨ ମାଓବାଦୀ ନିହତ
ଗୋ- ମାଫିଆଙ୍କ ଲିଙ୍କରେ ବିଭିନ୍ନ ଜିଲ୍ଲାରେ ରେଡ, ପୁଳାପୁଳା ଟଙ୍କା, ସୁନାଗହଣା ଜବତ

ହାଇୱା ଧକ୍କାରେ ମୃତ୍ୟୁ : ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0


କେନ୍ଦୁଝର ଜିଲାରେ ରବିବାର ହାଇୱା ଧକ୍କାରେ ମୃତ୍ୟୁ ବାରଣ କରିଥିବା ହାଟଡିହୀ ବ୍ଲକ ବିଷ୍ଣୁପୁର ଗ୍ରାମର ଆନନ୍ଦ ଜେନା(୫୮) ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।
କ୍ଷତିପୂରଣ ପ୍ରଦାନ ଏବଂ ବାଲି ପରିବହନରେ କଟକଣା ଦାବିରେ ମୃତଦେହ ରଖି ରାସ୍ତାରୋକୋ ଆନ୍ଦୋଳନ ସୋମବାର ପ୍ରତ୍ୟାହୃତ ହୋଇଛି । ଏଥିସହ ଦୁର୍ଘଟଣା ଘଟାଇଥିବା ହାଇୱା ମାଲିକ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବା ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା ଏବଂ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ, ସାଇକେଲ ଆରୋହୀ ଆନନ୍ଦ ଶାଳନିଆଁ ବଜାରରୁ ନିଜ ଘରକୁ ସାଇକେଲ ଚଳାଇ ଫେରୁଥିଲେ। ପଛପଟୁ ବାଲି ଘାଟକୁ ଯାଉଥିବା ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଆନନ୍ଦଙ୍କ ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକ ବିଷ୍ଣୁପୁର ବାଲି ଘାଟକୁ ଯାଇଥିବା ହନୁମାନ ଛକ ରାସ୍ତାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଆନ୍ଦୋଳନସ୍ଥଳରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠି, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ଜ୍ଞାନ ରଞ୍ଜନ ସାମନ୍ତସିଂହାର, ସୁନୀଲ ନାୟକ,ସୁଶାନ୍ତ ସାହୁ, ହାଟଡିହୀ ବିଡ଼ିଓ ରଞ୍ଜନ ପରିଡା, ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି, ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା, ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, କେନ୍ଦୁଝର ବିଜେଡି ଛାତ୍ର ଜିଲା ସଭାପତି ଅମରେନ୍ଦ୍ର ଧଳ, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲିକଙ୍କ ବନ୍ତ ବ୍ଲକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

Leave A Reply

Your email address will not be published.