ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ହାଇୱା ଧକ୍କାରେ ମୃତ୍ୟୁ : ୪ ଲକ୍ଷ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

0


କେନ୍ଦୁଝର ଜିଲାରେ ରବିବାର ହାଇୱା ଧକ୍କାରେ ମୃତ୍ୟୁ ବାରଣ କରିଥିବା ହାଟଡିହୀ ବ୍ଲକ ବିଷ୍ଣୁପୁର ଗ୍ରାମର ଆନନ୍ଦ ଜେନା(୫୮) ପରିବାର ବର୍ଗକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମବେଦନା ଜଣାଇବା ସହ ଶୋକ ପ୍ରକାଶ କରିଛନ୍ତି। ଏଥିସହ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି ।
କ୍ଷତିପୂରଣ ପ୍ରଦାନ ଏବଂ ବାଲି ପରିବହନରେ କଟକଣା ଦାବିରେ ମୃତଦେହ ରଖି ରାସ୍ତାରୋକୋ ଆନ୍ଦୋଳନ ସୋମବାର ପ୍ରତ୍ୟାହୃତ ହୋଇଛି । ଏଥିସହ ଦୁର୍ଘଟଣା ଘଟାଇଥିବା ହାଇୱା ମାଲିକ ମୃତକଙ୍କ ପରିବାରକୁ ଅଢେଇ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଥିବା ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା ଏବଂ ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି ପ୍ରକାଶ କରିଛନ୍ତି ।
ସୂଚନା ଯୋଗ୍ୟ, ସାଇକେଲ ଆରୋହୀ ଆନନ୍ଦ ଶାଳନିଆଁ ବଜାରରୁ ନିଜ ଘରକୁ ସାଇକେଲ ଚଳାଇ ଫେରୁଥିଲେ। ପଛପଟୁ ବାଲି ଘାଟକୁ ଯାଉଥିବା ହାଇୱା ଦୁର୍ଘଟଣାଗ୍ରସ୍ତ ହୋଇ ଆନନ୍ଦଙ୍କ ଉପରେ ଚଢ଼ି ଯାଇଥିଲା । ସ୍ଥାନୀୟ ଲୋକ ବିଷ୍ଣୁପୁର ବାଲି ଘାଟକୁ ଯାଇଥିବା ହନୁମାନ ଛକ ରାସ୍ତାରେ ମୃତଦେହ ରଖି ରାସ୍ତାରୋକୋ କରିଥିଲେ। ଆନ୍ଦୋଳନସ୍ଥଳରେ ଆନନ୍ଦପୁର ବିଧାନସଭା କ୍ଷେତ୍ରର ଭାଜପା ନେତା ଆଲୋକ ସେଠି, ହରମୋହନ ଶାସିନୀ, ଯୁଧିଷ୍ଠିର ମଲ୍ଲିକ, ଜ୍ଞାନ ରଞ୍ଜନ ସାମନ୍ତସିଂହାର, ସୁନୀଲ ନାୟକ,ସୁଶାନ୍ତ ସାହୁ, ହାଟଡିହୀ ବିଡ଼ିଓ ରଞ୍ଜନ ପରିଡା, ଆନନ୍ଦପୁର ବିଜେଡି ବିଧାୟକ ଅଭିମନ୍ୟୁ ସେଠି, ଆନନ୍ଦପୁର ଉପଜିଲାପାଳ ନୀଳମାଧବ ସୁନା, ନନ୍ଦିପଦା ଥାନା ଅଧିକାରୀ ଧର୍ମେନ୍ଦ୍ର ଶାନ୍ତି, କେନ୍ଦୁଝର ବିଜେଡି ଛାତ୍ର ଜିଲା ସଭାପତି ଅମରେନ୍ଦ୍ର ଧଳ, ଭଣ୍ଡାରୀପୋଖରୀ ବିଧାୟକ ସଞ୍ଜୀବ ମଲିକଙ୍କ ବନ୍ତ ବ୍ଲକ ପ୍ରତିନିଧି ସ୍ମୃତି ରଞ୍ଜନ ସ୍ବାଇଁ, ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ପ୍ରମୁଖ ଆନ୍ଦୋଳନକାରୀଙ୍କ ସହ ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ।

Leave A Reply

Your email address will not be published.