ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ

0

ଭୁବନେଶ୍ବର: ଅଙ୍ଗନଓ୍ବାଡି ପିଲାଙ୍କ ପାଇଁ ଖୁସିଖବର। ବଡ଼ ଘୋଷଣା କଲେ ସରକାର। ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ। ଦୀର୍ଘ ଦିନରୁ ପୋଷାକର ସରକାରୀ ମୂଲ୍ୟ ବୃଦ୍ଧି ପାଇଁ ହେଉଥିବା ଦାବିକୁ ବିଚାର କରି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ବାଳକଙ୍କ ପୋଷାକ ମୂଲ୍ୟ ୧୦୦ରୁ ବଢ଼ି ହେଲା ୧୭୫ ଟଙ୍କା ହୋଇଥିବା ବେଳେ ବାଳିକାଙ୍କ ପୋଷାକ ୧୫୦ରୁ ବଢ଼ି ୨୫୦ ଟଙ୍କା ହୋଇଛି। ସେହି ପରି ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ ଟଙ୍କା ବଢ଼ି ୧୫୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ରାଜ୍ୟର ସମସ୍ତ ସରକାରୀ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ପ୍ରାକ୍-ପ୍ରାଥମିକ ଶିଶୁମାନେ ଏହି ବର୍ଦ୍ଧିତ ମୂଲ୍ୟର ସୁବିଧା ପାଇବେ। ସରକାରଙ୍କ ଏହି ପଦକ୍ଷେପ ଦ୍ୱାରା ଲକ୍ଷ ଲକ୍ଷ ପରିବାର ଉପକୃତ ହେବେ।

Leave A Reply

Your email address will not be published.