ପ୍ରମୁଖ ଖବର

MKCG ନର୍ସିଂ ହଷ୍ଟେଲରେ ଅଗ୍ନିକାଣ୍ଡ, ଗ୍ୟାସ୍‌ ଲିକ୍‌ରୁ ନିଆଁ ଲାଗିଥିବା ସୂଚନା
୪୧ ଲକ୍ଷରୁ ଅଧିକ ଚାଷୀଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ-କିଷାନ ଯୋଜନାର ପଞ୍ଚମ କିସ୍ତି
ନୟାଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା: ଗଛରେ ପିଟିହେଲା ବସ୍‌, ଚାଳକ ମୃତ
ପାଟନାରେ ବନ୍ୟା ବିଭୀଷିକା: ଘରେ ପଶିଲା ପାଣି, ରାସ୍ତାଘାଟ ଜଳମଗ୍ନ
ଅଗ୍ନି ନିରାପତ୍ତା ଉଲ୍ଲଂଘନ ଉପରେ କଡ଼ା ନଜର
ଟ୍ରାଫିକ ନିୟମ ଭାଙ୍ଗିଲେ ଡିଏଲରୁ କଟିବ ପଏଣ୍ଟ, ବାତିଲ ହୋଇପାରେ ଲାଇସେନ୍ସ

ପୁରୀ ଜିଲ୍ଲାପାଳଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା, ଜବାବ ତଲବ କଲେ ହାଇକୋର୍ଟ

0

ପୁରୀ: ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ରୁଜୁ କରିଛନ୍ତି ଓଡ଼ିଶା ହାଇକୋର୍ଟ। ପ୍ରସ୍ତାବିତ କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟ ସମ୍ପର୍କରେ କୋର୍ଟଙ୍କ ପୂର୍ବ ନିର୍ଦ୍ଦେଶ ପାଳନ ହୋଇନଥିବା ଅଭିଯୋଗରେ ଜିଲ୍ଲାପାଳଙ୍କୁ ନୋଟିସ୍‌ ଜାରି କରାଯାଇଛି। ୩ ସପ୍ତାହ ମଧ୍ୟରେ କାହିଁକି ଦଣ୍ଡିତ କରାଯିବ ନାହିଁ, ସେନେଇ ଲେଖିତ ଜବାବ ଦାଖଲ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲା ଅନୁଯାୟୀ, ୧୯୮୭ ମସିହାରେ କୋଣାର୍କ ବାଲୁଖଣ୍ଡକୁ ଅଭୟାରଣ୍ୟ ଘୋଷଣା ପାଇଁ ବିଜ୍ଞପ୍ତି ଜାରି ହୋଇଥିଲା। କିନ୍ତୁ ବିଜ୍ଞପ୍ତି ଜାରି ପରେ ୩୯ ବର୍ଷ ବିତିଗଲେ ବି ଜମି ଅଧିଗ୍ରହଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ। ଜମି ମାଲିକଙ୍କୁ ନ କ୍ଷତିପୂରଣ ଦିଆଯାଇଛି, ନା ଜମି ଛାଡ଼ କରାଯାଇଛି। ଏହାକୁ ନେଇ ହାଇକୋର୍ଟରେ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା।

ହାଇକୋର୍ଟ ପୂର୍ବରୁ ମାମଲାର ଶୁଣାଣି କରି ୨୦୨୪ ଡିସେମ୍ବର ସୁଦ୍ଧା ଅଭୟାରଣ୍ୟ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଏହି ନିର୍ଦ୍ଦେଶ ଏଯାବତ କାର୍ଯ୍ୟକାରୀ ନହେବାରୁ କୋର୍ଟ କ୍ଷୋଭ ପ୍ରକାଶ କରି ଅଦାଲତ ଅବମାନନା ନୋଟିସ୍‌ ଜାରି କରିଛନ୍ତି।
ଆବେଦନକାରୀଙ୍କ ଓକିଲ ରଞ୍ଜନ କୁମାର ରାଉତ କହିଛନ୍ତି ଯେ, ଏହି ମାମଲାରେ ପ୍ରାୟ ୧୫୦୦ରୁ ୨୦୦୦ ଚାଷୀଙ୍କ ଜମି ସଂପୃକ୍ତ ରହିଛି ଏବଂ ସେମାନେ ୧୯୮୭ ଠାରୁ ଦୀର୍ଘ ବର୍ଷ ଧରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୦ ଫେବୃଆରୀରେ ହେବ।

Leave A Reply

Your email address will not be published.