ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ବ୍ୟାନ ହେବନି ପାନ ମସଲା: ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ

0

ଭୁବନେଶ୍ବର: ଓଡିଶାରେ ବ୍ୟାନ ହେବନି ପାନ ମସଲା। ସିଟି ଆଣ୍ଡ ଜିଏସଟି ଓ ଅର୍ଥ ବିଭାଗକୁ ଚିଠି ଲେଖି ଏନେଇ ସ୍ପଷ୍ଟୀକରଣ ରଖିଲା ସ୍ବାସ୍ଥ୍ୟ ବିଭାଗ। ଯେଉଁ ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ନାହିଁ, ତାହା ବ୍ୟାନ ହେବନାହିଁ।

ଜାତୀୟ ହାର ଠାରୁ ଦୁଇ ଗୁଣ ଅଧିକ ଓଡିଶାରେ ତମ୍ବାଖୁ ସେବନ କରୁଛନ୍ତି। ତମାଖୁ, ଜର୍ଦ୍ଦା, ଖଇନି, ଗୁଡ଼ାଖୁ ଆଦି ବ୍ୟବହାର ଯୋଗୁ କର୍କଟ ବଢ଼ୁଛି। ବିଶେଷ କରି ମୁଖ ଗହ୍ୱରଠାରୁ ଆରମ୍ଭ କରି ଖାଦ୍ୟନଳୀ କର୍କଟ, ପାକସ୍ଥଳୀ କର୍କଟ, ଗଳା କର୍କଟରେ ଅନେକ ଆକ୍ରାନ୍ତ ହେଉଛନ୍ତି। ଯୁବବର୍ଗ ଧୂମପାନ, ପାନ, ଗୁଆ, ଧୂଆଁପତ୍ର ବ୍ୟବହାର କରି ଅକାଳରେ ମୃତ୍ୟୁମୁଖରେ ପଡ଼ୁଛନ୍ତି ବୋଲି ସ୍ଵାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଥିଲା।

ଦ୍ୱିତୀୟ ରାଉଣ୍ଡ ଅଫ୍‌ ଗ୍ଲୋବାଲ୍‌ ଆଡଲ୍ଟ ଟବାକୋ ସର୍ଭେ ଅନୁସାରେ ଓଡ଼ିଶା ଜନସଂଖ୍ୟାର ୪୨% ଲୋକ ତମାଖୁ ସେବନ କରୁଛନ୍ତି। ଯାହାକି ଜାତୀୟ ହାରଠାରୁ ଦୁଇ ଗୁଣା ଅଧିକ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟ ସରକାର ଓଡ଼ିଶାରେ ଗୁଟଖା, ପାନ ମସଲା, ଜର୍ଦ୍ଦା, ଖଇନି ଓ ତମ୍ବାଖୁ ଓ ନିକୋଟିନ୍‌ ଯୁକ୍ତ ଖାଦ୍ୟ ପଦାର୍ଥ ବିକ୍ରୟ ଉପରେ ପ୍ରତିବନ୍ଧକ ଜାରି କରିଥିଲେ। ବିଡ଼ି, ସିଗାରେଟ, ଗୁଟଖା ଏବଂ ତମାଖୁ ଭଳି ଉତ୍ପାଦର ପ୍ୟାକେଜିଂ, ସଂରକ୍ଷଣ ଏବଂ ଉତ୍ପାଦନ ଉପରେ ପ୍ରତିବନ୍ଧକ ଲଗାଇଥିଲେ। ଏହାରି ଭିତରେ ଶୁକ୍ରବାର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ହେଲେ ଏବେ ସରକାର ନିଜ ନିଷ୍ପତ୍ତିରୁ ଓହରିଛନ୍ତି।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ଯେ, ଯେଉଁ ପାନ ମସଲାରେ ତମାଖୁ କିମ୍ବା ନିକୋଟିନ୍ ନାହିଁ, ତାହା ଗତ ୨୧ ତାରିଖର ବିଜ୍ଞପ୍ତି ସଂଖ୍ୟା ୨୦୬୫ ଅନୁଯାୟୀ ଲାଗୁ କରାଯାଇଥିବା ନିଷେଧାଦେଶ ଅଧୀନରେ ଆସୁନାହିଁ।

Leave A Reply

Your email address will not be published.