ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା

0

ନ୍ୟୁଜ୍ ବ୍ୟୁରୋ: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଜେଲ୍‌ରେ ଥିବା ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି। ସେ ନିଜକୁ ନିର୍ଦ୍ଦୋଷ ଦାବି କରିବା ସହ “ମୋତେ ଉଦ୍ଦେଶ୍ୟମୂଳକ ଭାବେ ଫସାଇ ଦିଆଯାଇଛି” ବୋଲି କହିଛନ୍ତି। ଆଜି ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ଏମକେସିଜି ମେଡିକାଲ୍ କଲେଜ୍ ଓ ହସ୍ପିଟାଲକୁ ନିଆଯାଉଥିବା ବେଳେ ପୂର୍ବତନ ବିଧାୟକ ଏହି ପ୍ରତିକ୍ରିୟା ଦେଇଛନ୍ତି। ତାଙ୍କ କହିବା ଅନୁସାରେ, “ମୁଁ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ। ରାଜନୈତିକ ଉଦ୍ଦେଶ୍ୟରେ ମୋତେ ଓ ବିଜେଡିକୁ ବଦନାମ କରିବା ପାଇଁ ଏହି ମାମଲାରେ ଫସାଇ ଦିଆଯାଇଛି। ପଛଲା ୪ ମାସ ଧରି ମୁଁ ଜେଲରେ ରହିଛି, ତଥାପି ଅସୁବିଧା ସୃଷ୍ଟି କରାଯାଉଛି।” ତେବେ ସେ ନ୍ୟାୟପାଳିକା ଉପରେ ପୂରା ଭରସା ରଖିଥିବା କଥା କହି “ନିଶ୍ଚିତ ଭାବେ ନ୍ୟାୟ ପାଇବି” ବୋଲି ଆଶା ବ୍ୟକ୍ତ କରିଛନ୍ତି। ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା ବର୍ତ୍ତମାନ ନ୍ୟାୟିକ ହିରାସତରେ ରହିଛନ୍ତି। ଆଜି ତାଙ୍କୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଜେଲ୍‌ରୁ ଏମକେସିଜି ମେଡିକାଲ୍‌କୁ ନିଆଯାଇଥିଲା।

Leave A Reply

Your email address will not be published.