ମହାରାଷ୍ଟ୍ର: ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ିଯାଇଛି। ତାଙ୍କୁ ଚିକିତ୍ସା ପାଇଁ ପୁଣେର ରୁବି ହଲ୍ କ୍ଲିନିକ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଜିତ ପାୱାରଙ୍କ ନିଧନ ପରେ ଶରଦ ପାୱାର କିଛି ଦିନ ଧରି ମୁମ୍ବାଇ, ପୁଣେ ଓ ବାରାମତି ମଧ୍ୟରେ ଲଗାତାର ଯାତ୍ରା କରୁଥିଲେ। ଦଳୀୟ କାର୍ଯ୍ୟକ୍ରମ ସହ ଦଳୀୟ କର୍ମୀମାନଙ୍କ ସହ ସାକ୍ଷାତକାର କାରଣରୁ ତାଙ୍କ ଉପରେ ଶାରୀରିକ ଚାପ ବଢ଼ିଥିବା କୁହାଯାଉଛି। ଏହି ସମୟରେ କାଶ ଓ ଅସୁସ୍ଥତା ଯୋଗୁଁ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପଡ଼ିଥିଲା। ହସ୍ପିଟାଲରେ ତାଙ୍କ ସହ ଝିଅ ତଥା ଏନସିପି ସାଂସଦ ସୁପ୍ରିୟା ସୁଲେ ଓ ଜ୍ୱାଇଁ ସଦାନନ୍ଦ ସୁଲେ ଉପସ୍ଥିତ ଅଛନ୍ତି। ବର୍ତ୍ତମାନ ଶରଦ ପାୱାର ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିଛନ୍ତି ଏବଂ ତାଙ୍କ ଚିକିତ୍ସା ଜାରି ରହିଛି।
ପ୍ରମୁଖ ଖବର
ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ