ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଆସିପାରେ ଅନାସ୍ଥା ପ୍ରସ୍ତାବ

0

ନୂଆ ଦିଲ୍ଲୀ: ଲୋକସଭାରେ ଲଗାତାର ହଟ୍ଟଗୋଳ ଯୋଗୁଁ ଗୃହ କାର୍ଯ୍ୟ ସ୍ଥବିର ହୋଇପଡ ଗୃହରେ କହିବାକୁ ସୁଯୋଗ ମିଳୁନଥିବା ଅଭିଯୋଗ କରି ଭାରି ପ୍ରତିବାଦ କରୁଛନ୍ତି। ଏହି ପରିସ୍ଥିତିରେ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣାଯାଇପାରେ ବୋଲି ସୂଚନା ମିଳିଛି। ସମ୍ବାଦ ସରବରାହ ସଂସ୍ଥା ଆଇଏଏନ୍ଏସ୍ ସୂତ୍ର ଅନୁସାରେ, ଅନାସ୍ଥା ପ୍ରସ୍ତାବ ଉପସ୍ଥାପନ ପାଇଁ ଅତି କମରେ ୫୦ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏହାସହିତ ପ୍ରସ୍ତାବ ଆଣିବା ପାଇଁ ୧୪ ଦିନ ପୂର୍ବରୁ ଲିଖିତ ନୋଟିସ ଦେବାକୁ ପଡ଼ିଥାଏ।

ଆଜି ବଜେଟ୍ ଅଧିବେଶନର ୯ମ ଦିନ ଥିବାବେଳେ, ସୋମବାର ଗୃହ କାର୍ଯ୍ୟ ହଟ୍ଟଗୋଳ ସହ ଆରମ୍ଭ ହୋଇଥିଲା। ବିରୋଧୀ ଦଳ ରାହୁଲ ଗାନ୍ଧୀଙ୍କୁ ଗୃହରେ କଥା କହିବାକୁ ଅନୁମତି ଦେବାକୁ ଦାବି କରୁଥିଲେ। ଏହାର ଉତ୍ତରରେ ଲୋକସଭା ବାଚସ୍ପତି କହିଥିଲେ ଯେ ପ୍ରଶ୍ନକାଳ ପରେ ବିରୋଧୀ ନେତାମାନେ ନିଜ ମତାମତ ଉପସ୍ଥାପନ କରିପାରିବେ। କିନ୍ତୁ ଏଥିରେ ବିରୋଧୀ ଦଳ ସନ୍ତୁଷ୍ଟ ହୋଇନଥିଲେ ଏବଂ ପ୍ରତିବାଦ ଜାରି ରଖିଥିଲେ। ପରିସ୍ଥିତି ଅନିୟନ୍ତ୍ରିତ ହେବା ପରେ ଲୋକସଭାକୁ ପ୍ରଥମେ ଦୁପୁର ୧୨ଟା ପର୍ଯ୍ୟନ୍ତ ଏବଂ ପରେ ଅପରାହ୍ନ ୨ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଛି।

Leave A Reply

Your email address will not be published.