ପ୍ରମୁଖ ଖବର

ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ
ରାଜସ୍ଥାନର ଭିୱାଡିରେ ଏକ ରାସାୟନିକ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ
ପଶ୍ଚିମବଙ୍ଗର ୭ ଅଧିକାରୀଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ
ପଞ୍ଚଭୂତରେ ଲୀନ ହେଲେ ଗୀତା ପଟ୍ଟନାୟକ
କାଲିଠୁ ବିଧାନସଭାର ବଜେଟ୍ ଅଧିବେଶନ
ଦେଶର ପ୍ରଥମ କେନ୍ଦ୍ରୀୟ ବ୍ୟାଙ୍କ ଡିଜିଟାଲ୍ ମୁଦ୍ରା ଆଧାରିତ ସାଧାରଣ ବଣ୍ଟନ ବ୍ୟବସ୍ଥାର ଶୁଭାରମ୍ଭ

ପଞ୍ଚଭୂତରେ ଲୀନ ହେଲେ ଗୀତା ପଟ୍ଟନାୟକ

0

କଟକ: ପଞ୍ଚଭୂତରେ ଲୀନ ହେଲେ ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକ। କଟକ ସତୀଚଉରାରେ ଗୀତା ପଟ୍ଟନାୟକଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ତାଙ୍କ ସମ୍ପର୍କୀୟ ଭାଇ ପ୍ରସନ୍ନ ପାତ୍ର ତାଙ୍କୁ ମୁଖାଗ୍ନି ଦେଇଛନ୍ତି।

ଗତକାଲି ସନ୍ଧ୍ୟାରେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ। ୭୩ ବର୍ଷ ବୟସରେ କଟକର ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା। ଗୁରୁବାର ଭୁବନେଶ୍ୱରର ଏକ ସାହିତ୍ୟ ଆସରରେ ଅତିଥି ରୂପେ ଯୋଗ ଦେଇଥିଲା ବେଳେ ହଠାତ୍‌‌ ଅସୁସ୍ଥ ହୋଇ ଗୁରୁତର ଅବସ୍ଥାକୁ ଆସିଥିଲେ। ଏବଂ ଭେଣ୍ଟିଲେଟରରେ ରଖି ତାଙ୍କ ଚିକିତ୍ସା ଚାଲିଥିଲା। ସେ ବ୍ରେନଷ୍ଟ୍ରୋକର ଶିକାର ହୋଇଥିବା ଜଣାପଡ଼ିଥିଲା। ତାଙ୍କୁ ବଂଚାଇବାକୁ ଡାକ୍ତରଙ୍କ ସମସ୍ତ ଉଦ୍ୟମ ସତ୍ତ୍ବେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିଲେ।

୧୯୭୧ ମସିହାରେ ସେ ଆକାଶବାଣୀର ଜଣେ ସ୍ୱୀକୃତି ପ୍ରାପ୍ତ କଣ୍ଠଶିଳ୍ପୀ ହୋଇଥିଲେ। ଅକ୍ଷୟ ମହାନ୍ତିଙ୍କ ଅନେକ ଗୀତରେ କଣ୍ଠଦାନ କରି ଶ୍ରୋତାଙ୍କ ପ୍ରିୟ ଗାୟକ ପାଲଟିଥିଲେ। ପ୍ରାୟ ୧୫ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ କଣ୍ଠଦାନ କରିଛନ୍ତି। ଅନ୍ତିମ ସମୟରେ ସ୍ୱାମୀ ଇଂ. କୃଷ୍ଣଗୋପାଳ ବାତ୍ରା, ସାନଭାଇ ପ୍ରାକ୍ତନ ପୁଲିସ ଅଧିକାରୀ ସାରଦାପ୍ରସନ୍ନ ପାତ୍ର, ପୁତୁରା ପରାଗ ପଟ୍ଟନାୟକଙ୍କ ସମେତ ଅନ୍ୟ ଆତ୍ମୀୟସ୍ୱଜନ ଉପସ୍ଥିତ ଥିଲେ। ତାଙ୍କ ପାର୍ଥିବ ଶରୀରକୁ ଘରୋଇ ହସ୍ପିଟାଲରୁ କାଫଲା ବଜାରସ୍ଥିତ ବାସଭବନକୁ ନିଆଯାଇଛି। ଏବଂ ସତୀଚଉରାରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

Leave A Reply

Your email address will not be published.