ପ୍ରମୁଖ ଖବର

ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ, ଅଳ୍ପକେ ବର୍ତ୍ତିଲେ ମନ୍ତ୍ରୀ
ୟୁନିଟ୍-୧ ହାଟରେ ଲାଗିବ ଅତ୍ୟାଧୁନିକ ଫାୟାର ଫାଇଟିଂ ସିଷ୍ଟମ, ଅଗ୍ନିକାଣ୍ଡ ରୋକିବାକୁ ବିଏମସିର ମେଗା ପ୍ଲାନ
ଆଇଏସ୍‌ଆଇ ସହ ଲିଙ୍କ୍‌: ଦିଲ୍ଲୀରେ ଆଉ ୫ ଆତଙ୍କବାଦୀ ଗିରଫ
ପ୍ରବଳ ଖରା ପାଇଁ ଖୋର୍ଦ୍ଧାରେ ୧୯ରୁ ୨୫ ଜୁନ୍ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ
ଦୀର୍ଘକାଳୀନ ଅନୁପସ୍ଥିତ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ
୨୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡ଼ିଲେ ଡେଲାଙ୍ଗ ଫରେଷ୍ଟର୍
ବିଜେପି ନେତାଙ୍କ ସହ ୩ ଜଣଙ୍କୁ ଜୀଅନ୍ତା ପୋଡ଼ିଦେଲେ ଦୁର୍ବୃତ୍ତ

ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ

0

ନ୍ୟୁଜ୍ ବ୍ୟୁରୋ: ବାଜିଛି ରାଜ୍ୟସଭା ନିର୍ବାଚନ ବିଗୁଲ। ଘୋଷଣା ହୋଇଛି ବିଧିବଦ୍ଧ ତାରିଖ। ସବୁ ଅପେକ୍ଷାର ଅନ୍ତ ଘଟିଛି, ଶେଷରେ ରାଜ୍ୟସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ଆସନ୍ତା ମାର୍ଚ୍ଚ ୧୬ତାରିଖରେ ନିର୍ବାଚନ ହେବ ବୋଲି ପ୍ରେସନୋଟ୍‌ ଜାରି କରି ଭାରତୀୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି।

୧୦ ରାଜ୍ୟର ୩୭ଟି ରାଜ୍ୟସଭା ଆସନ ପାଇଁ ହେବ ନିର୍ବାଚନ। ଏଥିରେ ଓଡ଼ିଶାରୁ ୪ଟି ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ନିର୍ବାଚନ ପାଇଁ ଫେବୃଆରୀ ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇବ। ମାର୍ଚ୍ଚ ୫ରେ ନାମାଙ୍କନ ଦାଖଲର ଶେଷ ତାରିଖ ରହିଥିବା ବେଳେ ୬ରେ ନାମାଙ୍କନ ଯାଞ୍ଚ ହେବ । ମାର୍ଚ୍ଚ ୧୬ ଅପରାହ୍ନ ୫ଟାରେ ହେବ ଭୋଟ ଗଣତି। ଓଡ଼ିଶା ସମେତ ମହାରାଷ୍ଟ୍ର, ତାମିଲନାଡୁ, ପଶ୍ଚିମବଙ୍ଗ, ଆସାମ, ବିହାର, ଛତିଶଗଡ, ହରିୟାଣା, ହିମାଚଳ ପ୍ରଦେଶ, ତେଲେଙ୍ଗାନାରେ ରାଜ୍ୟସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ସେହିପରି ମାର୍ଚ୍ଚ ୯ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ ରହିଛି। ମାର୍ଚ୍ଚ ୧୬ ସକାଳ ୯ଟାରୁ ୪ଟା ପର୍ଯ୍ୟନ୍ତ ଭୋଟ୍‌ ଗ୍ରହଣ କରାଯିବ।

ଓଡ଼ିଶାର ୪ ଜଣ ରାଜ୍ୟସଭା ସଦସ୍ୟ ମମତା ମହାନ୍ତ, ମୁଜିବୁଲା ଖାନ(ମୁନ୍ନା ଖାନ), ସୁଜିତ କୁମାର ଓ ନିରଞ୍ଜନ ବିଶିଙ୍କ ରାଜ୍ୟସଭା ସଦସ୍ୟତା କାର୍ଯ୍ୟକାଳ ଏପ୍ରିଲ ୨ ତାରିଖରେ ଶେଷ ହେଉଛି। ଏହା ପୂର୍ବରୁ ନିର୍ବାଚନ ପାଇଁ ସୂଚନା ଜାରି କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।

Leave A Reply

Your email address will not be published.