ପ୍ରମୁଖ ଖବର

ଆଜ୍ଞାମାଳ ବିଜେ ପରେ ସିଂହଦ୍ୱାର ଅଭିମୁଖେ ତିନି ରଥ, କାଲି ବିଶ୍ୱପ୍ରସିଦ୍ଧ ରଥଯାତ୍ରା
ୱାଙ୍ଗଚୁକଙ୍କ ଅନଶନକୁ ନେଇ ହାଇକୋର୍ଟରେ ପିଆଇଏଲ୍, ଜରୁରୀ ଚିକିତ୍ସା ସେବା ଦାବି
ନୋଏଡାରେ ଇ-ସ୍କୁଟରରେ ନିଆଁ, ଅଗ୍ନିକାଣ୍ଡରେ ୨ ମୃତ; ୧୦୦ରୁ ଅଧିକ ଲୋକ ଉଦ୍ଧାର
ଓଡ଼ିଶାକୁ ରେଳର ଡବଲ୍ ଉପହାର, ଦୁଇ ପ୍ରମୁଖ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରୀ
ସରକାରୀ ଡାକ୍ତରଙ୍କ ପାଇଁ କଡ଼ା ନିର୍ଦ୍ଦେଶ, ପ୍ରଥମେ ଜେନେରିକ୍ ଔଷଧ ଲେଖିବାକୁ ତାଗିଦ
ବର୍ଷା ଭିତରେ ରଥଯାତ୍ରା ପ୍ରସ୍ତୁତି: ସମୁଦ୍ର ଅଶାନ୍ତ, ପୁରୀରେ ସତର୍କତା
ଶୁଦ୍ଧ ପେଟ୍ରୋଲ ଚାହୁଁଥିଲେ ଅଧିକ ଦାମ ଦିଅନ୍ତୁ: ଗଡ଼କରୀ
ଶ୍ରୀମନ୍ଦିରରେ ଡିଜିଟାଲ ହୁଣ୍ଡି ‘ସମର୍ପଣ’ ଲୋକାର୍ପିତ, ଘରେ ବସି ଦାନ କରିପାରିବେ ଭକ୍ତ

ଏବେ କିନ୍ନରମାନେ ଦେଇପାରିବେ ଓସିଏସ୍‌ ପରୀକ୍ଷା

0

ଭୁବନେଶ୍ବର: ପ୍ରଶାସନର ବଡ଼ ପଦବୀରେ ବସିବାକୁ କିନ୍ନରଙ୍କୁ ମିଳିଲା ବଡ଼ ସୁଯୋଗ। ଏବେ ତୃତୀୟ ଲିଙ୍ଗ ବା କିନରମାନେ ଦେଇପାରିବେ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ପରୀକ୍ଷା। ଏ ସଂକ୍ରାନ୍ତରେ ଓଡ଼ିଶା ଲୋକସେବା ଆୟୋଗଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଓଡ଼ିଶା ସିଭିଲ୍ ସର୍ଭିସେସ୍ ପରୀକ୍ଷା ଆବେଦନ ଫର୍ମରେ ଯୋଡ଼ିହେଲା ‘ତୃତୀୟ ଲିଙ୍ଗ’ ବିକଳ୍ପ। ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା-୨୦୨୫ ବିଜ୍ଞପ୍ତିରେ ସଂଶୋଧନ କରାଯାଇ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ବର୍ଗର ପ୍ରାର୍ଥୀଙ୍କୁ ଓସିଏସଇ-୨୦୨୫ ପରୀକ୍ଷାରେ ସୁଯୋଗ ଦେବା ଲାଗି ପଞ୍ଜୀକରଣ ଓ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି। ଆସନ୍ତା ୨୦ ତାରିଖ ପଞ୍ଜୀକରଣ ଅବଧି ଶେଷ ହେଉଥିବା ବେଳେ ଏହାକୁ ୨୭ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିଭଳି ମାର୍ଚ୍ଚ ତାରିଖ ଆବେଦନ କରିବାର ଶେଷ ସମୟ ରଖାଯାଇଛି। ସମ୍ପୃକ୍ତ ବର୍ଗର ପ୍ରାର୍ଥୀଙ୍କୁ ସେମାନଙ୍କ ପରିଚୟପତ୍ର ତଥା କାର୍ଡ ଆବେଦନ ସମୟରେ ଅପଲୋଡ୍‌ କରିବାକୁ କୁହାଯାଇଛି। ଓପିଏସସି ପକ୍ଷରୁ ଗ୍ରୁପ ‘ଏ’ ଏବଂ ଗ୍ରୁପ୍‌ ‘ବି’ ର ୪୬୫ ଟି ପଦ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି।

ରାଜ୍ୟର ସମସ୍ତ ସରକାରୀ ବିଭାଗ ଓ ନିଗମଗୁଡ଼ିକର ନିଯୁକ୍ତି ପ୍ରକ୍ରିୟାରେ ତୃତୀୟ ଲିଙ୍ଗ ବିକଳ୍ପ ସୁନିଶ୍ଚିତ କରିବାକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗକୁ ମଧ୍ୟ କୁହାଯାଇଛି। ରାଜ୍ୟ ସରକାରଙ୍କୁ ଏହି ନିର୍ଦ୍ଦେଶାବଳୀର ଅନୁପାଳନ ରିପୋର୍ଟ ୬୦ ଦିନ ମଧ୍ୟରେ ଦାଖଲ କରିବାକୁ ଓଏଚଆରସି ନିର୍ଦ୍ଦେଶ ଦେଇଛନ୍ତି। ଓସିଏସ୍ ଆବେଦନ ଫର୍ମରେ ‘ତୃତୀୟ ଲିଙ୍ଗ’ ବିକଳ୍ପ ଯୋଡ଼ିହେବା ପରେ କିନ୍ନରମାନେ ଖୁସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.