ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ

0

ନୂଆଦିଲ୍ଲୀ; ଓଡ଼ିଶାରେ ରାଜ୍ୟସଭା ନିର୍ବାଚନ ପାଇଁ ଖୁବ୍‌ଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ଭାରତୀୟ ଜନତା ପାର୍ଟି। ଏନେଇ ସୂଚନା ଦେଇଛନ୍ତି ଭାଜପାର ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର।

ସେ କହିଛନ୍ତି, ଆଜି କିମ୍ବା କାଲି ମଧ୍ୟରେ ସଂସଦୀୟ ବୋର୍ଡ ବୈଠକ ବସିବ। କେହି ରାଜ୍ୟସଭାକୁ ପ୍ରାର୍ଥୀ ଭାବେ ପଠାଯିବେ, ସେଥିପାଇଁ ଏହି ବୈଠକରେ ଶେଷ ନିଷ୍ପତ୍ତି ହେବ। କୋର୍ କମିଟି ବୈଠକରେ ହୋଇଥିବା ସୁପାରିଶଗୁଡ଼ିକୁ ସଂସଦୀୟ ବୋର୍ଡଙ୍କୁ ପଠାଯାଇଛି। ଅନ୍ତିମ ସିଦ୍ଧାନ୍ତ ସଂସଦୀୟ ବୋର୍ଡ ନେବେ। ଏହି ଦୁଇ ଦିନ ମଧ୍ୟରେ ପ୍ରାର୍ଥୀଙ୍କ ନାମ ଘୋଷଣା ହେବାର ସମ୍ଭାବନା ରହିଛି ବୋଲି ବିଜୟପାଲ ସିଂ ତୋମାର କହିଛନ୍ତି।

Leave A Reply

Your email address will not be published.