ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି

0

ଭୁବନେଶ୍ବର: ଓଡ଼ିଶାରେ ଘଟିଥିବା ଓଟିଇଟି ପରୀକ୍ଷା ପ୍ରଶ୍ନପତ୍ର ଜାଲିଆତି ମାମଲାରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ୮ ଅଭିଯୁକ୍ତଙ୍କ ଜାମିନ ଆବେଦନ ଉପରେ ଶୁଣାଣି ଶେଷ ହୋଇଛି। କୋର୍ଟ ପକ୍ଷରୁ ଆସନ୍ତାକାଲି ମଧ୍ୟରେ ଲିଖିତ ଯୁକ୍ତି ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆସନ୍ତା ୫ ତାରିଖରେ ପୁଣି ଏହି ମାମଲାରେ ଶୁଣାଣି ହେବାର ସମ୍ଭାବନା ରହିଛି।

ଏହି ଜାଲିଆତି ଘଟଣାରେ ଅଭିଯୁକ୍ତ ଡା. ନିହାର ରଞ୍ଜନ ମହାନ୍ତି, ଜିତନ ମହାରଣା, ରାମଜୀ ପ୍ରସାଦ ଗୁପ୍ତା, ବିଜୟ କୁମାର ମିଶ୍ର, ଜୟନ୍ତ କୁମାର ରାଉତ, ଅଜୟ କୁମାର ସାହୁ, ପ୍ରଶାନ୍ତ କୁମାର ଖମାରୀ ଓ ସନାତନ ବିଷୋୟୀଙ୍କ ଜାମିନ ଆବେଦନର ଏକାଠି ଶୁଣାଣି ପାଇଁ କୋର୍ଟ ଆଜି ତାରିଖ ଧାର୍ଯ୍ୟ କରିଥିଲେ।

Leave A Reply

Your email address will not be published.