ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

0

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀଠାରେ ନୂତନ ଓଡ଼ିଶା ଭବନର ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ନୂତନ ଭବନର ନିର୍ମାଣ ଶୈଳୀରେ ଓଡିଶାର ସମୃଦ୍ଧ ଐତିହ୍ୟ, କଳା ଓ ସଂସ୍କୃତିର ପ୍ରତିଫଳନ ଦେଖିବାକୁ ମିଳିବ। ପୂର୍ବରୁ ଥିବା ଭବନଟି ପୁରୁଣା ହୋଇଯାଇଥିବା ସହ ସ୍ଥାନ ଓ ସୁବିଧାର ଅଭାବ ଥିବାରୁ ବର୍ତ୍ତମାନର ଆବଶ୍ୟକତାକୁ ଆଖି ଆଗରେ ରଖି ଏହି ନୂଆ ଭବନ ନିର୍ମାଣ କରାଯାଉଛି। ଏଥିରେ ୩ଟି ବେସ୍‌ମେଣ୍ଟ, ଗ୍ରାଉଣ୍ଡ ଫ୍ଲୋର ସହିତ ଆଉ ୬ଟି ମହଲା ରହିବ । ସମସ୍ତ ଅତ୍ୟାଧୁନିକ ସୁବିଧା ସହ ୪୫ଟି ସୁଇଟ୍‌ ବ୍ୟବସ୍ଥା କରାଯିବ। ପ୍ରଥମ ମହଲାରେ ଏକ ଏକ୍‍ଜିବିସନ୍ ଏରିଆ ଏବଂ ଦ୍ୱିତୀୟ ମହଲାରେ ପ୍ରାୟ ୭୦ ଆସନ ବିଶିଷ୍ଟ କନ୍‌ଫରେନ୍ସ ହଲ୍‌ ରହିବ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହି ପ୍ରକଳ୍ପ ପାଇଁ ଟେଣ୍ଡର ପ୍ରକ୍ରିୟା ସମାପ୍ତ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ନିର୍ମାଣ କାମ ଆରମ୍ଭ ହେବ। ଏଥିପାଇଁ ମୋଟ ୯୩.୨୭ କୋଟି ଟଙ୍କା ବ୍ୟୟ ହେବ। ନୂଆଦିଲ୍ଲୀ ସହିତ ଦେଶର ବିଭିନ୍ନ ସହରରେ ଓଡ଼ିଶାର ପ୍ରଶାସନିକ ସମନ୍ୱୟ ଓ ସାଂସ୍କୃତିକ ସମ୍ପର୍କ ସୁଦୃଢ଼ କରିବା ଲକ୍ଷ୍ୟରେ ରାଜ୍ୟ ସରକାର ଓଡ଼ିଶା ଭବନ ନିର୍ମାଣ ଯୋଜନା କରିଛନ୍ତି। ଆଗାମୀ ଦିନରେ ଅଯୋଧ୍ୟା, ବେଙ୍ଗାଲୁରୁ ଓ ସୁରଟରେ ଓଡିଶା ଭବନ ନିର୍ମାଣ ହେବ। ଏଥିପାଇଁ ସଂପୃକ୍ତ ରାଜ୍ୟମାନଙ୍କୁ ଜମି ମଗାଯାଇଛି ବୋଲି ସେ କହିଥିଲେ।

ରାଜ୍ୟ ସରକାରଙ୍କ ପକ୍ଷରୁ କୋଲକତା, ଚେନ୍ନାଇ ଓ ମୁମ୍ବାଇରେ ଓଡିଶା ଭବନ କାର୍ଯ୍ୟକ୍ଷମ ଅଛି। ଜନସାଧାରଣଙ୍କ ସୁବିଧା ପାଇଁ ମୁମ୍ବାଇରେ ଆଉ ଏକ ଭବନ ନିର୍ମାଣର ପ୍ରସ୍ତାବ ରହିଛି। ଏହି ସବୁ ଭବନ ଓ ସଦନ ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଗୋଟିଏ ସ୍ୱତନ୍ତ୍ର ଡିଭିଜନ ସୃଷ୍ଟି କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

Leave A Reply

Your email address will not be published.