ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନାଗପୁରରେ ବିସ୍ଫୋରକ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ୧୫ ମୃତ, ଅନେକ ଆହତ

0

ନାଗପୁର: ମହାରାଷ୍ଟ୍ରର ନାଗପୁର ଜିଲ୍ଲାର କାଟୋଲ ତାଲୁକାରେ ଥିବା ଏସ୍‌ବିଏଲ୍ କମ୍ପାନୀରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏହି ଦୁର୍ଘଟଣାରେ କମରେ ୧୫ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଛନ୍ତି।

ସୂଚନାନୁସାରେ, କମ୍ପାନୀରେ ବିସ୍ଫୋରକ ଡେଟୋନେଟର ତିଆରି କରାଯାଉଥିଲା। କମ୍ପାନୀର ଡେଟୋନେଟର ପ୍ୟାକିଂ ୟୁନିଟରେ ସକାଳ ୭ ରୁ ୭ଟା ୧୫ ମଧ୍ୟରେ ଏହି ଘଟଣା ଘଟିଛି। ବିସ୍ଫୋରଣର ତୀବ୍ରତା ଅଧିକ ଥିବାରୁ ମୃତ୍ୟୁସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି।
ଆହତମାନଙ୍କୁ ନାଗପୁରର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣା ସୂଚନା ପାଇ ଅଗ୍ନିଶମ ବାହିନୀ ଓ ପୁଲିସ୍ ଦଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ବିସ୍ଫୋରଣର ସଠିକ୍ କାରଣ ସ୍ପଷ୍ଟ ହୋଇନଥିବାବେଳେ ଘଟଣାର ତଦନ୍ତ ଚାଲିଛି।

Leave A Reply

Your email address will not be published.