ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲା ସିବିଏସଇ

0

ନ୍ୟୁଜ୍ ବ୍ୟୁରୋ: ଦଶମ ଏବଂ ଦ୍ୱାଦଶ ବୋର୍ଡ ପରୀକ୍ଷା ସ୍ଥଗିତ କଲା ସିବିଏସଇ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ୍ ଓ ଆମେରିକା ଇରାନ ଉପରେ ଯେତେକି ଆକ୍ରମଣ କରୁଛନ୍ତି ଇରାନ ବି ଆମେରିକାକୁ ଟାର୍ଗେଟ୍ କରି ଏହାର ସାମରିକ ଘାଟି ଉପରେ ଆକ୍ରମଣ ଜାରି ରଖିଛି। ଫଳରେ ଇରାନ ସହିତ କତାର, ୟୁଏଇ, ବାହାରିନ, ସାଇପ୍ରସ, ଇରାକ ଲେବାନନ ଭଳି ଦେଶ ଯୁଦ୍ଧର ତାଣ୍ଡବର ଶିକାର ହେଉଛନ୍ତି।

ଏହିଭଳି ପରିସ୍ଥିତିକୁ ନଜରରେ ରଖି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ମାର୍ଚ୍ଚ ୨ରେ ହେବାକୁ ଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିଛି। ବୋର୍ଡ ପକ୍ଷରୁ କୁହାଯାଇଛି ଯେ, ପରୀକ୍ଷା ନେଇ ନୂଆ ତାରିଖ ପରେ ଘୋଷଣା କରାଯିବ। ଓମାନ, କତାର, ସାଉଦି ଆରବ ବାହାରିନ, ଇରାନ, କୁୱେତ ଏବଂ ୟୁଏଇ ସମେତ ଅନେକ ମଧ୍ୟପ୍ରାଚ୍ୟ ଦେଶରେ ଚାଲିଥିବା ୟୁଦ୍ଧ ପରିସ୍ଥିତି ପାଇଁ ପରୀକ୍ଷା ସ୍ଥଗିତ ରଖାଯାଇଛି। ବୋର୍ଡ ମାର୍ଚ୍ଚ ୩ରେ ପୁଣିଥରେ ପରିସ୍ଥିତି ସମୀକ୍ଷା କରି ୫ ମାର୍ଚ୍ଚରୁ ନିର୍ଦ୍ଧାରିତ ପରୀକ୍ଷା ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ନୋଟିସ ଜାରି କରିଛି।

Leave A Reply

Your email address will not be published.