ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ବିଜେପି କିଣିଲା ୧୬ ସେଟ୍ ଫର୍ମ

0

ରାଜ୍ୟସଭା ରଣକ୍ଷେତ୍ରରେ ବିଜେପିର ସକ୍ରିୟତା; ୧୬ ସେଟ୍ ଫର୍ମ କିଣାରେ ରାଜନୀତି ଗରମ
ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ତାରିଖ ଯେତିକି ପାଖଉଛି ସେତିକି ରାଜ୍ୟରେ ରାଜନୀତିକ ଉଷ୍ମତା ବଢ଼ିଚାଲିଛି। ବିଜେପି ୧୬ସେଟ୍ ଫର୍ମ କିଣିବା ପରେ ରାଜନୀତିକ ମହଲରେ ବଡ ହଲଚଲ ଦେଖିବାକୁ ମିଳିଛି। ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ୧୬ ସେଟ୍ ନାମାଙ୍କନ ପତ୍ର କିଣିଛି। ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବିଜେପି ବିଧାୟକ ଦଳ ବୈଠକ ପରେ ୪ ଜଣ ବିଧାୟକ ରିଟର୍ଣିଂ ଅଧିକାରୀଙ୍କଠାରୁ ଏହି ଫର୍ମ ଗ୍ରହଣ କରିଥିଲେ।
ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନଙ୍କ ସହ ଆଶ୍ରିତ ପଟ୍ଟନାୟକ, ଦୁଷ୍ମନ୍ତ ସ୍ୱାଇଁ, ରଘୁନାଥ ଜଗଦଲା ଓ ପ୍ରତାପ ନାୟକ ନାମାଙ୍କନ ପତ୍ର କିଣିଥିବା ସୂଚନା ମିଳିଛି। ସଂସଦୀୟ ବୋର୍ଡ ନିଷ୍ପତ୍ତି ପରେ ଅନ୍ତିମ ଭାବେ ପ୍ରାର୍ଥୀଙ୍କ ନାମାଙ୍କନ ଭରାଯିବ। ଦଳ ପାଖରେ ୨ଟି ଆସନ ପାଇଁ ପ୍ରୟୋଜନୀୟ ସଂଖ୍ୟା ଥିବା ସତ୍ତ୍ୱେ ୧୬ ସେଟ୍ ଫର୍ମ କିଣାଯାଇଥିବାରୁ ରାଜନୈତିକ ମହଳରେ ଚର୍ଚ୍ଚା ବଢ଼ିଛି। ୩ ନୁହେଁ ୪ଟି ଆସନରେ ପ୍ରାର୍ଥୀ ଦେବ କି ବିଜେପି, ତାହାକୁ ନେଇ ସମସ୍ତଙ୍କ ନଜର ରହିଛି।

Leave A Reply

Your email address will not be published.