ପ୍ରମୁଖ ଖବର

ପୂର୍ବତନ ବିଧାୟକ କାହ୍ନୁ ଚରଣ ନାଏକଙ୍କ ୭୯ ବର୍ଷରେ ପରଲୋକ
ଅମିତାଭଙ୍କ ‘ଜଲ୍‌ସା’କୁ ବୋମାରେ ଉଡ଼ାଇବା ଧମକ, ଟାର୍ଗେଟ୍‌ରେ ଦିଲଜିତ ଦୋସାଞ୍ଜ
ଅରୁଣାଚଳରେ ଭାରତ-ଚୀନ୍‌ ସୈନିକ ମୁହାଁମୁହିଁ
୨୯ରୁ ଓସିଏସ୍‌ ମୁଖ୍ୟ ପରୀକ୍ଷା, ଆଜିଠୁ ମିଳିବ ଆଡମିଟ୍‌ କାର୍ଡ
ଏସିଆନ ପାରା ଗେମ୍ସ: ପ୍ରମୋଦଙ୍କୁ ହରାଇ ସ୍ୱର୍ଣ୍ଣ ଜିତିଲେ ନିତେଶ

୬ଟି ରାଜ୍ୟରେ ଝଡ଼ବର୍ଷା ସତର୍କତା; ଗରମ ବଢ଼ିବା ନେଇ ପୂର୍ବାନୁମାନ

0

ନ୍ୟୁଜ୍ ବ୍ୟୁରୋ: ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ୬ଟି ରାଜ୍ୟରେ ଝଡ଼ବର୍ଷା ଓ ବଜ୍ରପାତ ସମ୍ଭାବନା ନେଇ ସତର୍କତା ଜାରି କରାଯାଇଛି। ଉତ୍ତର–ପଶ୍ଚିମ ଭାରତରେ ଗ୍ରୀଷ୍ମ ଆରମ୍ଭ ହୋଇଥିବା ବେଳେ ଦିନକୁ ତାପମାତ୍ରା ବଢ଼ୁଛି। ଘଣ୍ଟା ପ୍ରତି ୩୦ରୁ ୩୫ କିଲୋମିଟର ବେଗରେ ଗରମ ପବନ ବହିପାରେ ବୋଲି ପୂର୍ବାନୁମାନ ରହିଛି। ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ଜମ୍ମୁ-କଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ବର୍ଷା ଓ କେତେକ ସ୍ଥାନରେ ତୁଷାରପାତ ସମ୍ଭାବନା ରହିଛି।

୪ ଓ ୬ ମାର୍ଚ୍ଚ ମଧ୍ୟରେ ପଶ୍ଚିମ ହିମାଳୟ ଅଞ୍ଚଳରେ ୨ଟି ପଶ୍ଚିମୀ ଝଡ଼ ସକ୍ରିୟ ହେବାର ସୂଚନା ମିଳିଛି। ଏହାର ପ୍ରଭାବରେ ୪ରୁ ୮ ମାର୍ଚ୍ଚ ମଧ୍ୟରେ ଜମ୍ମୁ-କଶ୍ମୀର ଓ ହିମାଚଳ ପ୍ରଦେଶରେ ବର୍ଷା ସହ ତୁଷାରପାତ ହେବ। ଏହାସହ ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଉତ୍ତର ପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ରରେ ଆସନ୍ତା ୫ ଦିନ ମଧ୍ୟରେ ସର୍ବାଧିକ ତାପମାତ୍ରା ସାଧାରଣଠାରୁ ୪ରୁ ୬ ଡିଗ୍ରୀ ଅଧିକ ରହିପାରେ, ଯାହା ହିଟ୍‌ୱେଭ୍ ପରିସ୍ଥିତିକୁ ତୀବ୍ର କରିପାରେ।

Leave A Reply

Your email address will not be published.