ପ୍ରମୁଖ ଖବର

ଆସନ୍ତାକାଲି ଓଡ଼ିଶା ବନ୍ଦ, ବସ୍‌ ଚାଲିବ; ଅଟୋ ବନ୍ଦ
ରସାୟନ ବିଜ୍ଞାନରେ କାଗନ ଓ ସୋଆଇଙ୍କୁ ନୋବେଲ୍
ଦିଲ୍ଲୀର ନ୍ୟୁ ସୀମାପୁରୀ ଅଞ୍ଚଳରେ ୫ ମହଲା କୋଠା ଭୁଶୁଡ଼ି ପଡ଼ିଛି
ନୌସେନାର ଶକ୍ତି ବଢ଼ିବ, ବ୍ରହ୍ମୋସ୍ ପାଇଁ ୬୬୧ କୋଟିର ଚୁକ୍ତି
ରେପୋ ହାର ୦.୨୫% ବଢ଼ିଲା, ମହଙ୍ଗା ହେବ ଋଣ
ଓଡ଼ିଶାରେ ଆଇଏଏସ୍‌-ଓଏଏସ୍‌ ଅଦଳବଦଳ, ବଦଳିଲେ ଦୁଇ ଜିଲ୍ଲାପାଳ
ଏସିବିସିଙ୍କ ସାମାଜିକ-ରାଜନୈତିକ ସ୍ଥିତି ଅନୁଧ୍ୟାନ ପାଇଁ କମିଶନ
ମିଥୁନ ଚକ୍ରବର୍ତ୍ତୀଙ୍କୁ ବଡ଼ ଦାୟିତ୍ୱ, ମିଳିଲା କ୍ୟାବିନେଟ୍ ମନ୍ତ୍ରୀ ପାହ୍ୟା

ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିବେ ଦିଲୀପ ରାୟ

0

ଭୁବନେଶ୍ବର: ସ୍ୱାଧୀନରେ ଲଢ଼ିବେ ବିଜେପି ନେତା ଦିଲୀପ ରାୟ। ରାଜ୍ୟସଭା ପାଇଁ ସ୍ୱାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ଦିଲ୍ଲୀପ ରାୟ । ଏ ନେଇ ସୂଚନା ଦେଇଛନ୍ତି ନିଜେ ଦିଲ୍ଲୀପ ରାୟ। ସେ କହିଛନ୍ତି ରାଜ୍ୟସଭା ପାଇଁ ଆସନ୍ତା ୫ ତାରିଖରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବି। କେନ୍ଦ୍ରୀୟ ନେତୃତ୍ୱ ଓ ରାଜ୍ୟ ନେତୃତ୍ୱ ସହ ଆଲୋଚନା ହୋଇଛି। ପୂର୍ବରୁ ଥରେ ବିଜେଡିକୁ ଚକ୍‌ମା ଦେଇ ରାଜ୍ୟସଭା ଯିବାର ଅଭିଜ୍ଞତା ରହିଛି।
ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ନେଇ ବିଜେଡି ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରିଥିବା ବେଳେ କମନ ପ୍ରାର୍ଥୀ ଭାବେ ଦତ୍ତେଶ୍ୱର ହୋତାଙ୍କ ନାମ ମଧ୍ୟ ଘୋଷଣା କରିଛି । ସେପଟେ ଆଜି ବିଜେପି ତରଫରୁ ରାଜ୍ୟ ସଭାପତି ମନମୋହନ ସାମଲ ଓ ସୁଜିତ୍ କୁମାରଙ୍କ ନାମ ମଧ୍ୟ ଘୋଷଣା କରିଛି। ଏସବୁ ଭିତରେ ଦିଲ୍ଲୀପ ରାୟ ସ୍ଵାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିବା ସୂଚନା ପାଇବା ପରେ ରାଜନୀତିରେ ହଲଚଲ ଦେଖିବାକୁ ମିଳିଛି।

ସୂତ୍ର ଅନୁସାରେ ବିଜେପି କେନ୍ଦ୍ରୀୟ ନେତାମାନେ ଦିଲୀପ ରାୟଙ୍କୁ ନାମାଙ୍କନ ଦାଖଲ କରିବା ପାଇଁ ସବୁଜ ସଙ୍କେତ ଦେଇଛନ୍ତି, ତାଙ୍କ ପଛରେ ଅଧିକ ବିଜେପି ଭୋଟ ଏକତ୍ରିତ ହେବାର ଆଶା କରାଯାଉଛି। ଏହା ମଧ୍ୟ ଅନୁମାନ କରାଯାଉଛି ଯେ କିଛି ବିଜେଡି ଏବଂ କଂଗ୍ରେସ ବିଧାୟକ ଏହି ପଥ ଅତିକ୍ରମ କରିପାରନ୍ତି, ଯାହା ପ୍ରତିଯୋଗିତାକୁ ଆହୁରି କଠିନ କରିପାରେ।

ଯଦି ଦିଲ୍ଲୀପ ରାୟ ଚତୁର୍ଥ ଆସନ ପାଇଁ ନାମାଙ୍କନ ଭରନ୍ତି ତେବେ ବିଜେଡ଼ି-କଂଗ୍ରେସ ସମର୍ଥିତ ପ୍ରାର୍ଥୀ ଡାକ୍ତର ଦତ୍ତେଶ୍ୱର ହୋତାଙ୍କ ସହିତ ତାଙ୍କର ସିଧାସଳଖ ମୁକାବିଲା ହେବ। ଦତ୍ତେଶ୍ୱର ହୋତା ଜିତିବା ସୁନିଶ୍ଚିତ। କିନ୍ତୁ ବିଜେପିର ଦୁଇ ପ୍ରାର୍ଥୀ ମନମୋହନ ସାମଲ ଏବଂ ସୁଜିତ କୁମାରଙ୍କ ସପକ୍ଷରେ ଭୋଟ୍ ପଡ଼ିବା ପରେ ମଧ୍ୟ ବଳକା ୨୦। ଏହା ଉପରେ ବିଜେପିର ରଣନୈତିକ ଯୋଜନା କଣ ରହିବ ତାହା ଉପରେ ମଧ୍ୟ ସମସ୍ତଙ୍କର ନଜର ରହିଛି।

Leave A Reply

Your email address will not be published.