ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ହୋଲି ପାଇଁ ମୁତୟନ ହେବେ ୩୦ ପ୍ଲାଟୁନ ଫୋର୍ସ

0

ଭୁବନେଶ୍ବର: ରଙ୍ଗର ପର୍ବ ହୋଲିକୁ ବିଭିନ୍ନ ଢଙ୍ଗରେ ପାଳିବାକୁ ଲୋକମାନେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଆଇନ ଶୃଙ୍ଖଳା ଦିଗକୁ ନେଇ ମଧ୍ୟ କମିଶନରେଟ୍ ପୋଲିସ ସଜାଗ ହୋଇଛି। ଏଥର ହୋଲିରେ ସହରରେ ଯେଭଳି ବଡ଼ ଅପରାଧିକ କାଣ୍ଡ ନ ଘଟିବ ସେଥିପ୍ରତି ପୋଲିସ ପକ୍ଷରୁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଛି।

ଗତବର୍ଷ ହୋଲିରେ ରାଜଧାନୀରେ ଦୁଇଟି ହତ୍ୟାକାଣ୍ଡ ଘଟିଥିଲା। ତେଣୁ ଏଥର ସେଭଳି ଘଟଣାର ପୁନରାବୃତ୍ତି ନ ହେବା ପାଇଁ ପୋଲିସ ସତର୍କ ହୋଇଛି। ବିଭିନ୍ନ ସ୍ଥାନରେ କଡାକଡି ଚେକିଂ ସହ ସମ୍ବେଦନଶୀଳ ସ୍ଥାନ ଗୁଡିକରେ ପୋଲିସ ଫୋର୍ସ ମୁତୟନ ହେବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରାୟ ୩୧ ପ୍ଲାଟୁନ୍ ପୁଲିସ ଫୋର୍ସ ସହରକୁ ଜଗିବେ। ପ୍ରତିଟି ସମ୍ବେଦନଶୀଳ ଜାଗାରେ ପୋଲିସ ମୁତୟନ ହେବ। କେହି ଅମାନିଆ ଆଇନକୁ ହାତକୁ ନେଲେ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ନିଆଯିବ। ୪ଜଣ ଅତିରିକ୍ତ ଡିସିପି, ୮ଜଣ ଏସିପି, ୨୬ଜଣ ଇନ୍ସପେକ୍ଟର, ୧୪୫ଜଣ ଏସ୍ଆଇ/ଏଏସ୍ଆଇ ସୁରକ୍ଷା ତଦାରଖ କରିବେ।

ସମ୍ବେଦନଶୀଳ ସ୍ଥାନଗୁଡ଼ିକରେ ପିସିଆର ଭ୍ୟାନ୍ ପାଟ୍ରୋଲିଂ କରିବ। ୮୫ଟି ପଏଣ୍ଟରେ ମଦ୍ୟପ ଚାଳକଙ୍କୁ ପୋଲିସ ଜଗିବ। ବ୍ରେଥ୍ ଆନାଲାଇଜର ଯୋଗେ ସେମାନଙ୍କୁ ଚେକିଂ କରାଯିବ। କୌଣସି ପ୍ରାକ୍ ଦୁର୍ଘଟଣାକୁ ଏଡ଼ାଇବା ଲାଗି ବିଭିନ୍ନ ଜଳାଶୟ ଏବଂ ନଦୀଗୁଡ଼ିକରେ ପୁଲିସ ମୁତୟନ କରାଯିବ। ବିଭିନ୍ନ ଘାଟରେ ଓଡ୍ରାଫ ଟିମ ଓ ଅଗ୍ନିଶମ ବାହିନୀଙ୍କୁ ମଧ୍ୟ ମୁତୟନ କରାଯିବ। ସହରର ବିଭିନ୍ନ ହୋଟେଲରେ ଯାଞ୍ଚ କରାଯାଇ ଅପରାଧୀ ମାନଙ୍କ ଉପରେ ତୀକ୍ଷଣ ନଜର ରଖାଯିବ। ବେଆଇନ ଭାବେ ମଦ ତଥା ନିଶା ଦ୍ରବ୍ୟ ବିକ୍ରିରେ ରୋକ୍ ଲାଗିବ।

ପୋଲିସ ପରାମର୍ଶ ଦେଇଛି ଯେ ଗାଧୋଇବା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ବିଭିନ୍ନ ନଈରେ ଅଗ୍ନିଶମ ଟିମ୍ ମୁତୟନ ଥିବା ସ୍ଥାନରେ ହିଁ ଗାଧାନ୍ତୁ। ମଦ ପିଇ ଜଳାଶୟ କିମ୍ୱା ନଦୀ ଭିତରକୁ ପଶନ୍ତୁନି। ମଦ୍ୟପାନ କରି ଗାଡି଼ ଚଳାଇବାରୁ ନିବୃତ୍ତ ରୁହନ୍ତୁ। ପରିବେଶ ପ୍ରଦୂଷଣ ରୋକିବାକୁ ହର୍ବାଲ ରଙ୍ଗରେ ହୋଲି ଖେଳନ୍ତୁ ବୋଲି ପୋଲିସ ପରାମର୍ଶ ଦେଇଛି।

Leave A Reply

Your email address will not be published.