ପ୍ରମୁଖ ଖବର

ରାଜ୍ୟପାଳଙ୍କ ପୋଲିସ୍ ଏଡିସି ହେଲେ ଆଇପିଏସ୍ ଅନୁଗୁ ଶିବା ମାରୁତି ରେଡ୍ଡୀ
ଶ୍ରୀମନ୍ଦିରରେ ୪ ମାସ ଭିତରେ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା : ଆଇନ ମନ୍ତ୍ରୀ
କଲୁଙ୍ଗା ରଙ୍ଗ କାରଖାନାରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ସାମଗ୍ରୀ
ରାସ୍ତାକୁ ଆସିଲେ ଗୃହବନ୍ଦୀ କରିବାକୁ ଧମକ ଦେଉଛନ୍ତି ଶୁଭେନ୍ଦୁ : ମମତା
ସେପ୍ଟେମ୍ବର ୨୨ରୁ ବିଧାନସଭା ମୌସୁମୀ ଅଧିବେଶନ
ସୌରିନ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ, ଅନ୍ତରୀଣ ସୁରକ୍ଷା ହଟାଇଲେ ହାଇକୋର୍ଟ
ଆଉ ଅଧିକ ଦାୟିତ୍ୱ ନେଇପାରିବିନି’,- ଗଡ଼କରୀଙ୍କ ବୟାନ ପରେ ଅବସର ଚର୍ଚ୍ଚା
ଆମେରିକାର ଆର୍ଥିକ ଚାପର ଜବାବ, ହର୍ମୁଜରେ ଜାହାଜଠାରୁ ଶୁଳ୍କ ନେବ ଇରାନ

ଦୁବାଇରୁ ସ୍ୱଦେଶ ଫେରିଲେ ପିଭି ସିନ୍ଧୁ

0

ନୂଆଦିଲ୍ଲୀ: ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ପିଭି ସିନ୍ଧୁ ଦୁବାଇରୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତନ କରିଛନ୍ତି। ଇରାନର ଡ୍ରୋନ ଆକ୍ରମଣ ଯୋଗୁ ସିନ୍ଧୁ ୨ ଦିନ ଦୁବାଇ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ସେ ଫସି ରହିଥିଲେ। ୩୦ ବର୍ଷୀୟା ସିନ୍ଧୁ ସୋସିଆଲ ମିଡିଆରେ ସେଠାକାର ସ୍ଥିତି ସମ୍ପର୍କରେ ଭିଡିଓ ପୋଷ୍ଟ କରି ଅବଗତ କରାଇଥିଲେ। ଘରେ ପଂହଚିବା ପରେ ସିନ୍ଧୁ ଟୁଇଟ କରିଥିଲେ । ସିନ୍ଧୁ ଅଲଇଂଲଣ୍ଡ ବ୍ୟାଡମିଂଟନ ଚାମ୍ପିୟନଶିପରେ ଅଂଶଗ୍ରହଣ କରିବାକୁ ଯାଉଥିଲେ।

ମଙ୍ଗଳବାର ସେ ଏହି ଟୁର୍ଣ୍ଣାମେଂଟରୁ ନାମ ନାମ ପ୍ରତ୍ୟାହାର କରିଛନ୍ତି। ୨୦୦୧ ପରଠାରୁ ଭାରତର କୌଣସି ଖେଳାଳି ଏହି ଟାଇଟଲ ହାସଲ କରିପାରି ନାହାନ୍ତି। ୨୦୦୧ରେ ପୁଲେଲା ଗୋପୀଚାନ୍ଦ ଚାମ୍ପିୟନ ହୋଇଥିଲେ। ତାଙ୍କ ବ୍ୟତୀତ ୧୯୪୭ରେ ପ୍ରକାଶ ପାଦୁକୋନ ଟାଇଟଲ ହାସଲ କରିଥିଲେ। ପ୍ରକାଶ ନାଥ, ପ୍ରକାଶ ପାଦୁକୋନ, ସାଇନା ନେହ୍ୱାଲ, ଲକ୍ଷ୍ୟ ସେନ ଫାଇନାଲରେ ପ୍ରବେଶ କରିଥିଲେ ମଧ୍ୟ ଜିତିପାରି ନ ଥିଲେ।
ମଙ୍ଗଳବାର ଭାରତ ଫେରିବା ପରେ ସିନ୍ଧୁ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ଏହି କଠିନ ସମୟରେ ତାଙ୍କୁ ସୁରକ୍ଷିତ ଭାବେ ଘରକୁ ଫେରାଇ ଆଣିବାରେ ସହଯୋଗ କରିଥିବାରୁ ସେ ଦୁବାଇ କର୍ତ୍ତୃପକ୍ଷ, ବିମାନବନ୍ଦର କର୍ମଚାରୀ ଏବଂ ଇମିଗ୍ରେସନ ଟିମ୍‌କୁ ଧନ୍ୟବାଦ ଜଣାଉଛନ୍ତି।

Leave A Reply

Your email address will not be published.