ପ୍ରମୁଖ ଖବର

କର୍ଣ୍ଣାଟକ ଉପନିର୍ବାଚନ: ସିଦ୍ଦରାମାଇୟାଙ୍କୁ ବିଜେପିର ନିଶାନା
କେନ୍ଦ୍ରାପଡାରେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର
“ମୋତେ ଚୁପ୍ କରାଯାଇଛି, କିନ୍ତୁ ମୁଁ ହାର ମାନିନାହିଁ।”: ରାଘବ ଚଡ୍ଡା
ନୂଆ ଅବକାରୀ ନୀତି: ଟେଟ୍ରା ପ୍ୟାକ୍‌ରେ ମଦ ବିକ୍ରୟକୁ ଅନୁମତି
ଏଲ୍‌ପିଜି ସଙ୍କଟ: ସିଲିଣ୍ଡର ବଣ୍ଟନ ପାଇଁ ବାୟୋମେଟ୍ରିକ ବାଧ୍ୟତାମୂଳକ
ପାକିସ୍ତାନରେ ଆତ୍ମଘାତୀ କାର୍ ବୋମା ବିସ୍ଫୋରଣ, ୫ ମୃତ
ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ଝଟକା: ଔଷଧ ଉପରେ ୧୦୦% ଶୁଳ୍କ
ବାଣ ଭିଡିବା ବେଳେ ଭୟଙ୍କର ବିସ୍ଫୋରଣ, ୬ ଜଣ ଗୁରୁତର
ସମସ୍ତ ସରକାରୀ କୋଠା ପ୍ରକଳ୍ପରେ ଅଗ୍ନି ନିରାପତ୍ତା ବାଧ୍ୟତାମୂଳକ
ଜନଗଣନା ନ ସରିବା ପର୍ଯ୍ୟନ୍ତ ହେବନି କର୍ମଚାରୀଙ୍କ ବଦଳି

ରାଜ୍ୟରେ କଂଗ୍ରେସର ଏପରି ସ୍ଥିତି ପାଇଁ କେବଳ ବିଜେଡି ଦାୟୀ: ସୋଫିଆ

0

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ଆଗରୁ ଖୋଲା ଅସନ୍ତୋଷ ଝାଡିଛନ୍ତି କଂଗ୍ରେସ ବିଧାୟିକା ସୋଫିଆ ଫିର୍ଦ୍ଦୋସ୍। ବିଜେଡି ସହ ବୁଝାମଣାକୁ ନେଇ ବିଷୋଦଗାର କରିଛନ୍ତି ସେ। ରାଜ୍ୟସଭା ପାଇଁ ପ୍ରାର୍ଥୀ ଚୟନ ପୂର୍ବରୁ କାହାସହ ଆଲୋଚନା ହୋଇନି। ବିଧାୟକମାନଙ୍କ ସହ ଆଲୋଚନା ହୋଇଥିଲେ ଭଲ ହୋଇଥାନ୍ତା।

ନୂଆପଡା ଉପନର୍ବାଚନରେ ମୋତେ ଡକାଯାଇନଥିଲା ଏହା ସହ ମୋ ନିର୍ବାଚନ ମଣ୍ଡଳୀରେ କାହାକୁ ଯୋଡିଲେ ସେକଥା ମଧ୍ୟ ମୋତେ ଜଣାଇନାହାଁନ୍ତି। ବିଜେଡିର ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସର ସମର୍ଥନକୁ ନେଇ ପ୍ରଶ୍ନ କରିଛନ୍ତି ସୋଫିଆ। ସମର୍ଥନ ଦେବା ନେଇ ଆମ ସହ ପରାମର୍ଶ କରାଯାଇନାହିଁ।

ବିଧାୟିକା ସୋଫିଆ ଫିର୍ଦ୍ଦୋସ କହିଛନ୍ତି, ଆମକୁ ଉଭୟ ଦଳ (ବିଜେଡି ଓ ବିଜେପି)ଠାରୁ ସମାନ ଦୂରତା ରକ୍ଷା କରିବାର ଆବଶ୍ୟକତା ରହିଥିଲା। ଯଦି ଦୁଇ ଦଳର ମୁଖ୍ୟ (ବିଜେଡି ସଭାପତି ଓ ପିସିସି ସଭାପତି) ଏକାଠି ହୋଇ ଜଣେ ନିର୍ଦ୍ଦଳୀୟ ବ୍ୟକ୍ତିଙ୍କୁ କମନ୍ ପ୍ରାର୍ଥୀ ଘୋଷଣା କରିଥା’ନ୍ତେ, ତା’ହେଲେ ହୁଏତ ଆମର ଇଜ୍ଜତ ରହିଯାଇଥା’ନ୍ତା। ବିଜୁ ଜନତା ଦଳ ସବୁବେଳେ ଷଡ଼ଯନ୍ତ୍ର କରି ଆସିଛି କଂଗ୍ରେସକୁ ନଷ୍ଟ କରିବାକୁ। କଂଗ୍ରେସ ଦଳକୁ ସାମୂହିକ ଭାବେ ତଥା ଏହାର ନେତାମାନଙ୍କୁ ବ୍ୟକ୍ତିଗତ ସ୍ତରରେ କ୍ଷତି ପହଞ୍ଚାଇଛି ବିଜେଡି।

ରାଜ୍ୟରେ ଯଦି କଂଗ୍ରେସର ସ୍ଥିତି ଏପରି ହୋଇଛି ସେଥିପାଇଁ କେବଳ ବିଜେଡି ଦାୟୀ। ବିଜେଡି ସବୁବେଳେ ବିଜେପି ସହ ମିଶିକି ରହି ଆସିଛି। ଏହା ସହ ଯଦି ରାଜ୍ୟସଭା ଭୋଟ କଥା ପଡେ ତେବେ ବ୍ୟକ୍ତିଗତ ହିସାବରେ ଯିଏ ଯାହାର ଭୋଟ ଦେବ। ମୁଁ ମଧ୍ୟ ନିଶ୍ଚୟ ଭୋଟ ଦେବି ଏହା ମୋର ଅଧିକାର ବୋଲି ସୋଫିଆ ଫିର୍ଦ୍ଦୋଶ କହିଛନ୍ତି।

Leave A Reply

Your email address will not be published.