ପ୍ରମୁଖ ଖବର

ହିମନ୍ତ ବିଶ୍ୱ ଶର୍ମାଙ୍କ ବଡ଼ ପ୍ରତିଶ୍ରୁତି: ମାଗଣା ଏଲପିଜି ସିଲିଣ୍ଡର ଦେବ ବିଜେପି
ପୁରୀ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପାଇଁ ବାଟ ଖୋଲିଲା: ଜଙ୍ଗଲ ଜମିକୁ ମିଳିଲା ଅନୁମତି
ସେଲଭାସାରେ ଭୟଙ୍କର ଗ୍ୟାସ୍ ବିସ୍ଫୋରଣ: ୪ ମୃତ, ୫ ଗୁରୁତର ଆହତ
ତିରୁବନନ୍ତପୁରମରେ ମୋଦିଙ୍କ ଭବ୍ୟ ରୋଡ୍‌ଶୋ,ଉତ୍ସବମୟ ପରିବେଶ
ଓଡ଼ିଆ ପକ୍ଷ ଅବସରରେ ପ୍ରବେଶ ଉତ୍ସବ: କୁନି ପିଲାଙ୍କୁ ଖଡି ଛୁଆଁଇଲେ ମୁଖ୍ୟମନ୍ତ୍ରୀ
ମହାରାଷ୍ଟ୍ରର ନାସିକରେ ଭୟାବହ ଦୁର୍ଘଟଣା: କୁଅରେ ପଡ଼ି ଏକ ପରିବାରର ୯ ଜଣଙ୍କ ମୃତ୍ୟୁ
ଡ଼ିଆରେ ନାମ ଫଳକ ନଥିଲେ ହେବ କଡ଼ା କାର୍ଯ୍ୟାନୁଷ୍ଠାନ
ଭାରତ ପାଇଁ ଆଶ୍ୱସ୍ତିର ଖବର : ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

କାଳବୈଶାଖୀ ତାଣ୍ଡବରେ ୨ ମୃତ: ୧୦ରୁ ଅଧିକ ଆହତ

0

ମୟୁରଭଞ୍ଜ: ମୟୁରଭଞ୍ଜ କରଞ୍ଜିଆ ବ୍ଲକ୍‌ କିଆ ଗାଁରେ ରବିବାର ତାଣ୍ଡବ ରଚିଛି କାଳବୈଶାଖୀ। ପୂରା ଗାଁ ଛାରଖାର ହୋଇଯାଇଛି। ଘର ଭାଙ୍ଗିଛି। ଗଛ ଭାଙ୍ଗିଛି। ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ଯାଇଛି। ତା’ସହିତ ଜୀବନହାନି ହୋଇଛି।

ରବିବାର ଅପରାହ୍ନ ସାଢେ ୪ଟାରେ ମୟୂରଭଞ୍ଜ ଜିଲା କରଞ୍ଜିଆ ବ୍ଳକ କଙ୍କଡା ଗ୍ରାମରେ କାଳବୈଶାଖୀର ଭୟଙ୍କର ତାଣ୍ଡବ ଦେଖାଯାଇଛି। ଏଥିରେ ୨ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି। ଏଥିରେ ୭୦ରୁ ଉର୍ଦ୍ଧ୍ୱ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡିଛି। ଏପରିକି ଏକ ଯାତ୍ରୀବାହୀ ଅଟୋ ପବନରେ ଭାରସାମ୍ୟ ହରାଇ ଏକ ପୋଖରୀ ମଧ୍ୟକୁ ପଶିଯାଇଥିବା ବେଳେ ଚାଳକର ମୃତ୍ୟୁ ଘଟିଛି।

କାଳବୈଶାଖୀ ପ୍ରଭାବରେ ବଡ଼ ବଡ଼ ଗଛ ଭାଙ୍ଗି ପଡିଥିବା ବେଳେ ଛପରଘର ଉଡିଯାଇଛି। ପକ୍କା ଘରର କାଚ ଭାଙ୍ଗିବା ସହ ଅନେକ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପୁଡି ପଡିଛି। ପବନର ବେଗ ଏତେ ଅଧିକ ଥିଲା ଯେ ବଡ଼ବଡ଼ ଗଛ ଓ ମଟରସାଇକେଲ ଏବଂ କାରଗୁଡିକୁ ମଧ୍ୟ ଉଡାଇନେଇଛି। ପବନ ସହିତ କୁଆପଥର ବର୍ଷା ହୋଇଥିବାରୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

Leave A Reply

Your email address will not be published.