ପ୍ରମୁଖ ଖବର

ଦିଲ୍ଲୀରେ କାଲି ‘ନାରୀ ଶକ୍ତି ବନ୍ଦନ ସମ୍ମେଳନ’
୩୬ ଦିନ ପରେ ଓଡ଼ିଶା ଫେରିଲେ ମେରାଇନ୍ ଅଫିସର ଅଶୋକ ଦୀକ୍ଷିତ
ସ୍ୱତନ୍ତ୍ର ସଂସଦ ଅଧିବେଶନ ପୂର୍ବରୁ ସାଂସଦଙ୍କୁ କଡ଼ା ନିର୍ଦ୍ଦେଶ :୩ ଦିନ ଗୃହରେ ଉପସ୍ଥିତ ରହିବା ବାଧ୍ୟତାମୂଳକ
ପରିବାରିକ କଳହର କରୁଣ ପରିଣତି, ମା’ଙ୍କ ହାତରେ ଦୁଇ ଶିଶୁର ମୃତ୍ୟୁ
ଅଦିନିଆ ରଥଯାତ୍ରା ନେଇ ଚିନ୍ତା: ପ୍ରଧାନମନ୍ତ୍ରୀଙ୍କୁ ଗଜପତିଙ୍କ ଚିଠି
୨୧ରେ ରାଉରକେଲା ଗସ୍ତରେ ରାଷ୍ଟ୍ରପତି
ଜମି ଦେବା ନାମରେ ଦିବ୍ୟାଙ୍ଗ ବ୍ୟକ୍ତିଙ୍କଠୁ ୯୫ ଲକ୍ଷ ଠକିନେଲେ ଆଇଏଏସ୍‌ ଅଧିକାରୀ
ପରଲୋକରେ କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ

ଅଯୋଧ୍ୟାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

0

ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ

ଅଯୋଧ୍ୟା: ଦୀର୍ଘ ୫୦୦ ବର୍ଷର ପ୍ରତୀକ୍ଷା ପରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିର୍ମାଣ ଏବେ ପୂର୍ଣ୍ଣ ରୂପ ନେଇଛି। ଶାରଦୀୟ ନବରାତ୍ରୀ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଯୋଧ୍ୟା ଗସ୍ତ କରି ପ୍ରଭୁ ରାମଲାଲାଙ୍କ ଦର୍ଶନ ସହ ପ୍ରାର୍ଥନା କରିଥିଲେ।

ଅଯୋଧ୍ୟା ପହଞ୍ଚିବା ପରେ ରାଜ୍ୟପାଳ ଆନନ୍ଦୀବେନ୍ ପଟେଲ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ବୈଦିକ ମନ୍ତ୍ରୋଚ୍ଚାର ମଧ୍ୟରେ ସେ ମନ୍ଦିରର ଦ୍ୱିତୀୟ ମହଲାରେ ପବିତ୍ର ‘ଶ୍ରୀରାମ ଯନ୍ତ୍ର’ର ପୂଜାର୍ଚ୍ଚନା କରି ସ୍ଥାପନ କରିଥିଲେ। ମନ୍ଦିର ଟ୍ରଷ୍ଟ ଅନୁସାରେ, ଏହି ଯନ୍ତ୍ର ସ୍ଥାପନ ସହ ମନ୍ଦିର ନିର୍ମାଣ କାର୍ଯ୍ୟ ପୂର୍ଣ୍ଣ ହୋଇଛି। ଏହା ଭଗବାନ ଶ୍ରୀରାମଙ୍କ ବିଜୟ ଓ ଧର୍ମର ପ୍ରତୀକ ବୋଲି ମନାଯାଏ। ପ୍ରାୟ ୧୫୦ କିଲୋଗ୍ରାମ ଓଜନର ଏହି ଯନ୍ତ୍ରଟି କାଞ୍ଚିପୁରମରେ ପ୍ରସ୍ତୁତ ହୋଇଥିବା ବେଳେ ଏହା ଉପରେ ସୁନାର ପରତ ଲାଗିଛି। ରଥଯାତ୍ରା ମାଧ୍ୟମରେ ଏହାକୁ ଅଯୋଧ୍ୟାକୁ ଆଣାଯାଇଥିଲା। ଏହି ଅବସରରେ ରାମ ମନ୍ଦିର ଆନ୍ଦୋଳନ ସହ ଜଡ଼ିତ ବହୁ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା। ଏହାକୁ ଦେଶର ଏକ ଐତିହାସିକ ଓ ଆଧ୍ୟାତ୍ମିକ ମୁହୂର୍ତ୍ତ ବୋଲି ମନାଯାଉଛି।

Leave A Reply

Your email address will not be published.