ପ୍ରମୁଖ ଖବର

କମନୱେଲଥ୍ ଗେମ୍ସ: ଅଷ୍ଟମ ଦିନରେ ଭାରତର ୬ ପଦକ, ମୋଟ ସଂଖ୍ୟା ୨୩
ରାଜ୍ୟ କ୍ୟାବିନେଟରେ ୧୧ ପ୍ରସ୍ତାବକୁ ମଞ୍ଜୁରି
ସୁନ୍ଦରଗଡ଼ରେ ହାତୀ ଆତଙ୍କ: ଦନ୍ତା ଆକ୍ରମଣରେ ୨ ମୃତ
ଭୋଗପୁରମରେ ଆଲୁରି ସୀତାରାମ ରାଜୁ ଅନ୍ତର୍ଜାତୀୟ ବିମାନବନ୍ଦର ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଆକାଶମାର୍ଗରୁ ବନ୍ୟା ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ
୧୯ ବର୍ଷ ପରେ କଲକାତା ଫେରିଲେ ତସଲିମା ନସରିନ୍
ରାଷ୍ଟ୍ରପତି ଭବନରେ ଚମକିଲା ଓଡ଼ିଶାର ୩ ଷ୍ଟାର୍ଟଅପ୍
ଶସ୍ତା ହେଲା କମର୍ସିଆଲ ଗ୍ୟାସ ସିଲିଣ୍ଡର, ବଢ଼ିଲା ବିମାନ ଇନ୍ଧନ ଦର

ପଶ୍ଚିମବଙ୍ଗରେ ନିର୍ବାଚନ ପୂର୍ବରୁ ଟିଏମ୍‌ସି ନେତାଙ୍କ ଘରେ ଆୟକର ଚଢଉ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ତାରିଖ ନିକଟ ଆସୁଥିବା ବେଳେ ରାଜ୍ୟର ରାଜନୀତି ଆହୁରି ଗରମ ହୋଇଯାଇଛି। ଶୁକ୍ରବାର ଆୟକର ବିଭାଗ ପକ୍ଷରୁ ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ଏକାଧିକ ନେତା ଓ ବିଧାୟକଙ୍କ ବାସଭବନ ଉପରେ ଚଢଉ କରାଯାଇଛି। ଏହି ଚଢଉରେ ଟିଏମ୍‌ସି ବିଧାୟକ ଦେବାଶିଷ କୁମାର ମଧ୍ୟ ସାମିଲ ଅଛନ୍ତି।

ଦେବାଶିଷ କୁମାର ରାସବିହାରୀ ଆସନରୁ ଏଥର ନିର୍ବାଚନ ଲଢୁଛନ୍ତି। ଗତ ସପ୍ତାହରେ ତାଙ୍କ ବାସଭବନ ଓ କାର୍ଯ୍ୟାଳୟ ଉପରେ ଇଡି ମଧ୍ୟ ଚଢଉ କରିଥିଲା। ଏହାଛଡ଼ା ମିରାଜ ଶାହା ଓ କୁମାର ଶାହାଙ୍କ ଘରେ ମଧ୍ୟ ଆୟକର ଚଢଉ ହୋଇଥିବା ଜଣାପଡିଛି। ଏହି ଘଟଣାକୁ ନେଇ ରାଜ୍ୟର ରାଜନୀତିକ ପରିସ୍ଥିତି ତିବ୍ର ହୋଇଯାଇଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥର ଭବାନୀପୁର ଆସନରୁ ପ୍ରତିଦ୍ବନ୍ଦ୍ବିତା କରୁଥିବାବେଳେ, ମିରାଜ ଶାହା ତାଙ୍କ ପ୍ରାର୍ଥିପତ୍ରର ପ୍ରସ୍ତାବକ ଭାବେ ରହିଛନ୍ତି। ନିର୍ବାଚନର ଅଗ୍ରଭାଗରେ ଏପରି ଚଢଉକୁ ମମତା ବାନାର୍ଜୀ ତୀବ୍ର ସମାଲୋଚନା କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ପରାଜୟର ଭୟରେ ବିଜେପି ଏଭଳି ରଣନୀତି ଅପନାଉଛି। ଏହି ଘଟଣା ପରେ ରାଜ୍ୟରେ ରାଜନୀତିକ ତିକ୍ତତା ଆହୁରି ବଢ଼ିବାର ସମ୍ଭାବନା ଦେଖାଦେଇଛି।

Leave A Reply

Your email address will not be published.