ପ୍ରମୁଖ ଖବର

ଏସୀୟ କ୍ରୀଡ଼ାରେ ଭାରତର ସୁବର୍ଣ୍ଣ ଦିନ, ଗୋଟିଏ ଦିନରେ ୬ ସ୍ୱର୍ଣ୍ଣ
ପିତୃତ୍ୱ ଛୁଟି ବାଧ୍ୟତାମୂଳକ କରିବାକୁ ଜାତୀୟ ମହିଳା କମିଶନର ସୁପାରିସ
ମୁମ୍ବାଇରେ ସିଜେପିର ‘ଜେଲ୍ ଭରୋ’ ଆନ୍ଦୋଳନ
ଗୁଜରାଟ UCCକୁ ରାଷ୍ଟ୍ରପତିଙ୍କ ମଞ୍ଜୁରୀ, ବଦଳିବ ବିବାହ-ଉତ୍ତରାଧିକାର ନିୟମ
ପାଇଲଟ୍‌ ସ୍ମିତ୍‌ ମଚ୍ଛାରଙ୍କୁ ମିଳିବ ଗୁଜରାଟର ସର୍ବୋଚ୍ଚ ସମ୍ମାନ
୩ ମାସ ପରେ ପୁଣି ଉଡ଼ିବ ଭୁବନେଶ୍ୱର-ବ୍ୟାଙ୍କକ୍ ବିମାନ

ଭଞ୍ଜନଗର ଜଳଭଣ୍ଡାରରେ ବୁଡି ଦୁଇ କଲେଜ୍ ଛାତ୍ରଙ୍କ ମୃତ୍ୟୁ

0

ଗଞ୍ଜାମ : ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଜଳଭଣ୍ଡାରରେ ବୁଡ଼ି ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଦୁଇଜଣ ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ଲାଲସିଂ ଗାଁର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ। ଏହି ଦୁଃଖଦ ଘଟଣାରେ ଆଉ ୪ ଜଣ ଛାତ୍ର ଅଳ୍ପକେ ପ୍ରାଣରକ୍ଷା କରିପାରିଛନ୍ତି।

ରବିବାର ଅପରାହ୍ନରେ ୬ ଜଣ ସାଙ୍ଗ ମିଶି ଭଞ୍ଜନଗର ଜଳଭଣ୍ଡାରକୁ ଗାଧୋଇବା ପାଇଁ ଯାଇଥିଲେ। ସେଠାରେ ପାଣିରେ ଖେଳୁଥିବା ସମୟରେ କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ ଅଚାନକ ଗଭୀର ପାଣିରେ ବୁଡ଼ିଯାଇଥିଲେ। ସହପାଠୀମାନେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ବିଫଳ ହେବାରୁ ତୁରନ୍ତ ପୋଲିସ୍ ଓ ଦମକଳ ବିଭାଗକୁ ସୂଚନା ଦେଇଥିଲେ।

ଖବର ପାଇ ଭଞ୍ଜନଗର ଦମକଳ ବାହିନୀ ଓ ପୋଲିସ୍ ଟିମ୍ ଘଟଣାସ୍ଥଳକୁ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲେ। ସନ୍ଧ୍ୟାବେଳେ ଦୁଇ ଛାତ୍ରଙ୍କୁ ପାଣିରୁ ଉଦ୍ଧାର କରି ତୁରନ୍ତ ଭଞ୍ଜନଗର ହସ୍ପିଟାଲକୁ ନେଇଯାଇଥିଲା, କିନ୍ତୁ ସେଠାରେ ଡାକ୍ତରମାନେ ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.