ପ୍ରମୁଖ ଖବର

ଅପରାଧୀଙ୍କୁ ମିଳିବ କଡ଼ା ଜବାବ, ସହିଦ ହେବାକୁ ବି ପ୍ରସ୍ତୁତ: ଡିଜିପି
ଏସ୍‌ବିଆଇର ତଥ୍ୟ ଲିକ୍‌: ଡାର୍କ ୱେବ୍‌ରେ ୩.୭୫ ଲକ୍ଷ ରେକର୍ଡ, ତଦନ୍ତ ଆରମ୍ଭ
ଟାଇଗର ଶ୍ରଫଙ୍କ ଉପରକୁ ଗୁଳିମାଡ଼ ମାମଲା: ଆଉ ୪ ଗିରଫ
୨୦୨୯ ସୁଦ୍ଧା ନିଶାମୁକ୍ତ ଭାରତ ଲକ୍ଷ୍ୟ: ଅମିତ ଶାହ

ମହାନଦୀ ଜଳ ବିବାଦ: ମେ ୨ରେ ପରବର୍ତ୍ତୀ ଶୁଣାଣି

0

ଭୁବନେଶ୍ବର: ମହାନଦୀ ଜଳ ବିବାଦକୁ ନେଇ ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ଅନୁଷ୍ଠିତ ହୋଇଛି। ଓଡିଶା ପକ୍ଷରୁ ରାଜ୍ୟର ଆଡ୍ଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମଜବୁତ ଭାବେ ମତ ପ୍ରକାଶ କରିଥିଲେ। ସେ ମହାନଦୀରେ ବାସ୍ତବରେ କେତେ ପରିମାଣର ଜଳ ସଂଗ୍ରହ ହେଉଛି, ସେସମ୍ପର୍କିତ ସଠିକ୍ ତଥ୍ୟ ଦାଖଲ କରିବାକୁ ଉଲ୍ଲେଖ କରିଥିଲେ। ଶୁଣାଣି ସମୟରେ ଟ୍ରିବ୍ୟୁନାଲ ପକ୍ଷରୁ ଉଭୟ ରାଜ୍ୟଙ୍କୁ ଆବଶ୍ୟକ ତଥ୍ୟ ଦାଖଲ କରିବାକୁ କୁହାଯାଇଥିଲା। କିନ୍ତୁ ଏହା ପାଇଁ ପ୍ରର୍ଯ୍ୟାପ୍ତ ସମୟ ନଥିବାରୁ ଓଡିଶା ଓ ଛତିଶଗଡ଼ ଉଭୟ ପକ୍ଷ ଅଧିକ ସମୟ ଆବଶ୍ୟକ ବୋଲି ଟ୍ରିବ୍ୟୁନାଲଙ୍କୁ ଅନୁରୋଧ କରିଥିଲେ।

ଏହି ମଧ୍ୟରେ ଦୁଇ ରାଜ୍ୟ ମଧ୍ୟରେ କିଛି ପ୍ରମୁଖ ବିଷୟରେ ପ୍ରାଥମିକ ସହମତି ହୋଇଥିବା ସୂଚନା ମିଳିଛି, ଯାହା ଆଗାମୀ ଶୁଣାଣିରେ ଗୁରୁତ୍ୱ ପାଇପାରେ। ଟ୍ରିବ୍ୟୁନାଲ ପକ୍ଷରୁ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ମେ ୨ ତାରିଖ ଧାର୍ଯ୍ୟ କରାଯାଇଛି। ସେହିଦିନ ଉଭୟ ପକ୍ଷ ପକ୍ଷରୁ ଅଧିକ ତଥ୍ୟ ଓ ପ୍ରମାଣ ଦାଖଲ କରାଯିବା ସହ ମାମଲାରେ ଆହୁରି ସ୍ପଷ୍ଟତା ଆସିବା ଆଶା କରାଯାଉଛି।

Leave A Reply

Your email address will not be published.