ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

୧୨ ଜିଲାରେ ସ୍କୁଲ ବନ୍ଦ

0

ଭୁବନେଶ୍ବର: ରାଜ୍ୟରେ ବଢ଼ୁଥିବା ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବହୁ ଜିଲାରେ ଶିକ୍ଷାନୁଷ୍ଠାନ ବନ୍ଦ ଘୋଷଣା କରାଯାଇଛି। ତାତି ଆହୁରି ବଢ଼ିବା ଆଶଙ୍କା ଥିବାରୁ ଆଜିଠାରୁ ୧୨ଟି ଜିଲାରେ ସ୍କୁଲ ଛୁଟି କରାଯାଇଛି। ଅଧିକାଂଶ ଜିଲାରେ ୨୩ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା ହୋଇଥିବାବେଳେ କିଛି ଅଞ୍ଚଳରେ ୨୧ ଓ ୨୨ ପର୍ଯ୍ୟନ୍ତ ସାମୟିକ ବନ୍ଦ ରହିବ। ଜିଲ୍ଲାପାଳମାନେ ସ୍ଥାନୀୟ ପରିସ୍ଥିତି ଆଧାରରେ ଏହି ସିଦ୍ଧାନ୍ତ ନେଇଥିବା ସୂଚନା ମିଳିଛି। କେବଳ ବିଦ୍ୟାଳୟ ନୁହେଁ, ଅନେକ ଜିଲାରେ ଅଙ୍ଗନବାଡ଼ି କେନ୍ଦ୍ର, ମହାବିଦ୍ୟାଳୟ ଓ ବୈଷୟିକ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିବ। ତେବେ ଛୁଟି ଅବଧିରେ ଯଦି ପରୀକ୍ଷା ରହିଥାଏ, ସେଗୁଡ଼ିକୁ ସକାଳୁଆ ସମୟରେ କରାଯିବ।

ପୂର୍ବରୁ ସମ୍ବଲପୁର, ନୂଆପଡ଼ା, ଝାରସୁଗୁଡ଼ା, ନବରଙ୍ଗପୁର, ମୟୂରଭଞ୍ଜ, ବୌଦ୍ଧ, ବଲାଙ୍ଗୀର, ସୁବର୍ଣ୍ଣପୁର ଓ କଳାହାଣ୍ଡି ଜିଲାରେ ସ୍କୁଲ ଛୁଟି ଘୋଷଣା ହୋଇଥିଲା। ପରେ ଖୋର୍ଦ୍ଧା, ନୟାଗଡ଼ ଓ ଦେବଗଡ଼ ଜିଲାକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କରାଯାଇଛି। ଖୋର୍ଦ୍ଧା ଜିଲାରେ ୨୦ରୁ ୨୩ ପର୍ଯ୍ୟନ୍ତ ଶିଶୁ ବାଟିକାରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ବନ୍ଦ ରହିବ। ତଥାପି ପଞ୍ଚମ ଓ ଅଷ୍ଟମ ଶ୍ରେଣୀର ସପ୍ଲିମେଣ୍ଟାରୀ ପରୀକ୍ଷା ଯଥାବତ୍ ଚାଲିବ। ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀମାନେ ବିଦ୍ୟାଳୟକୁ ଆସି ପ୍ରଶାସନିକ କାମ କରିବେ। ନୟାଗଡ଼ ଜିଲାରେ ପ୍ରଥମେ ସକାଳୁଆ ସମୟରେ ପାଠପଢ଼ା ଚାଲୁ ରଖିବା ନିଷ୍ପତ୍ତି ହୋଇଥିଲେ ମଧ୍ୟ, ପରେ ତାତି ବଢ଼ିବାରୁ ୨୩ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ଘୋଷଣା କରାଯାଇଛି। ଦେବଗଡ଼ ଜିଲାରେ ମଧ୍ୟ ସମସ୍ତ ଶିକ୍ଷାନୁଷ୍ଠାନ ଏହି ସମୟ ପର୍ଯ୍ୟନ୍ତ ବନ୍ଦ ରହିବ।

ଅନ୍ୟପକ୍ଷରେ କଟକ ଜିଲାରେ ସ୍କୁଲ ସମୟ କମାଇ ଦିଆଯାଇଛି। ସକାଳ ୬.୩୦ରୁ ୯ଟା ପର୍ଯ୍ୟନ୍ତ ପାଠପଢ଼ା ହେବାକୁ ନିର୍ଦ୍ଦେଶ ଜାରି ହୋଇଛି। ତେବେ ପରୀକ୍ଷା ଓ ଅନ୍ୟାନ୍ୟ ଜରୁରୀ କାର୍ଯ୍ୟକଳାପ ପୂର୍ବବତ ଚାଲିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି।

Leave A Reply

Your email address will not be published.