ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ହାଭେରୀରେ ମହାତ୍ମା ଗାନ୍ଧୀ ପ୍ରତିମା ଭାଙ୍ଗିଲେ ଦୁର୍ବୁତ୍ତ

0

କର୍ଣ୍ଣାଟକ: କର୍ଣ୍ଣାଟକର ହାଭେରୀ ସହରରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଦୁର୍ବୁତ୍ତମାନେ ଭାଙ୍ଗି ଦେଇଥିବା ଘଟଣା ଅଞ୍ଚଳରେ ଉତ୍ତେଜନା ସୃଷ୍ଟି କରିଛି। ଘଟଣାଟି ମହାତ୍ମା ଗାନ୍ଧୀ ରୋଡରେ ଗତକାଲି ବିଳମ୍ବିତ ରାତିରେ ଘଟିଥିବା ସୂଚନା ମିଳିଛି।

ସୂଚନା ଅନୁଯାୟୀ, କିଛି ଅଜଣା ଦୁର୍ବୁତ୍ତ ପ୍ରତିମୂର୍ତ୍ତିକୁ କ୍ଷତି ପହଞ୍ଚାଇ ପଳାଇଯାଇଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ସହିତ ହାଭେରୀ ପୁଲିସ୍‌ ଅଧୀକ୍ଷକ ସହ ଏକ ଦଳ ଘଟଣାସ୍ଥଳକୁ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ପୁଲିସ୍‌ ଦ୍ୱାରା ପ୍ରାୟ ୨ ଫୁଟ ଉଚ୍ଚତା ବିଶିଷ୍ଟ କ୍ଷତିଗ୍ରସ୍ତ ପ୍ରତିମାକୁ ଜବତ କରି ଅଧିକ ତଦନ୍ତ ପାଇଁ ଥାନାକୁ ନେଇଯାଇଛି। ଏହି ଘଟଣାରେ ଏକ ମାମଲା ରୁଜୁ କରାଯାଇଥିବାବେଳେ ଅଭିଯୁକ୍ତଙ୍କୁ ଧରିବା ପାଇଁ ଖୋଜାଖୋଜି ଚାଲିଛି।

ତଦନ୍ତର ଅଂଶ ଭାବେ ସହରର ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍‌ ଯାଞ୍ଚ କରାଯାଉଛି। ତେବେ ଘଟଣାସ୍ଥଳରେ ଥିବା କ୍ୟାମେରା ବନ୍ଦ ଥିବା ଜଣାପଡିଥିବାରୁ ତଦନ୍ତକୁ କିଛି ସମସ୍ୟା ସୃଷ୍ଟି ହେଉଛି। ପୁଲିସ୍‌ ଶୀଘ୍ର ଦୁର୍ବୁତ୍ତମାନଙ୍କୁ ଚିହ୍ନଟ କରିବାକୁ ଆଶା ବ୍ୟକ୍ତ କରିଛି।

Leave A Reply

Your email address will not be published.