ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସୋଆ ‘ଜାଗୋ’ ପକ୍ଷରୁ ଜଳ ସେବା ଶିବିର ଆୟୋଜିତ

0

ଭୁବନେଶ୍ୱର, ଏପ୍ରିଲ ୨୦: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଅନ୍ତର୍ଗତ ‘ଜାଗୋ’ କ୍ଲବ ପକ୍ଷରୁ ସୋମବାର ଜଳ ସେବା ଶିବିର ବିଶ୍ୱବିଦ୍ୟାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଆୟୋଜିତ ହୋଇଯାଇଛି। ଏହି ମହତ୍ କାର୍ଯ୍ୟ ଅବସରରେ ସୋଆର ଉପକୁଳପତି ପ୍ରଫେସର ପ୍ରଶାନ୍ତ କୁମାର ପାତ୍ର, କଂଟ୍ରୋଲର ଅଫ୍ ଏଗ୍‌ଜାମିନେସନ ପ୍ରଫେସର ମଞ୍ଜୁଳା ଦାସ, ସୋଆ ପରିଚାଳିତ ଇନ୍‌ଷ୍ଟିୁଚ୍ୟଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର)ର ଡିନ୍ ପ୍ରଫେସର ପି.କେ ସାହୁ ଓ ‘ଜାଗୋ’ କ୍ଲବର ଆବାହକ ପ୍ରଫେସର ଅନୀତା ପଣ୍ଡା ଉପସ୍ଥିତ ରହି ପଥଚାରୀଙ୍କୁ ପାନୀୟ ଜଳ ଓ ପଣା ବଂଟନ କରିଥିଲେ।

ଏହି ଅବସରରେ ଆସୋସିଏଟ୍ ପ୍ରଫେସର ତନ୍ମୟ ପରିଡ଼ା, ଆସିଷ୍ଟାଂଟ ପ୍ରଫେସର ଅଭିଜିତ ଚୌଧୁରୀ, ଷ୍ଟୁଡେଂଟ କୋଅର୍ଡିନେଟର ଶ୍ରୀ ଶିବାନୀ ଶଙ୍କର ପଟ୍ଟନାୟକଙ୍କ ସମେତ ଅନ୍ୟ କର୍ମକର୍ତା ଓ ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ‘ଜାଗୋ’ କ୍ଳବ ପକ୍ଷରୁ ସୋଆର ବିଭିନ୍ନ କ୍ୟାମ୍ପସ ନିକଟବର୍ତୀ ବସ୍ତିଗୁଡ଼ିକର ଛୋଟ ଛୋଟ ପିଲାମାନଙ୍କୁ ପାଠ ପଢ଼ାଇବା ଭଳି ମହତ୍ କାର୍ଯ୍ୟ ଦୀର୍ଘ ବର୍ଷ ହେବ କରାଯାଉଅଛି। ଏହି ପରିପ୍ରେକ୍ଷୀରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ସେବା ଶିବିରର ମଧ୍ୟ ଆୟୋଜନ କରାଯାଇଥିଲା।

Leave A Reply

Your email address will not be published.