ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ହର୍ମୁଜ୍ ଉତ୍ତେଜନା ମଧ୍ୟରେ ସୁରକ୍ଷିତ ଭାବେ ଭାରତ ପହଞ୍ଚିଲା “ଦେଶ ଗାରିମା” ତୈଳ ଟ୍ୟାଙ୍କର୍

0

ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ ଭାରତୀୟ ତୈଳ ଟ୍ୟାଙ୍କର୍ “ଦେଶ ଗାରିମା” ସୁରକ୍ଷିତ ଭାବେ ଭାରତରେ ପହଞ୍ଚିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଆସୁଥିବା ସମୟରେ ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ପକ୍ଷରୁ ଜାହାଜ ଉପରେ ଗୁଳିଚାଳନା ଘଟିଥିଲେ ମଧ୍ୟ ଏହା ଆଗକୁ ବଢ଼ି ଯାଇଥିଲା। ବର୍ତ୍ତମାନ ଜାହାଜଟି ମୁମ୍ବାଇ ଉପକୂଳରୁ କିଛି ନଟିକାଲ୍ ମାଇଲ୍ ଦୂରରେ ଲଙ୍ଗର ଲାଗିଛି।

୧୮ ଏପ୍ରିଲରେ ହର୍ମୁଜ୍ ଛାଡ଼ିଥିବା ଏହି ଟ୍ୟାଙ୍କର୍ ବିପୁଳ ପରିମାଣର ଅଶୋଧିତ ତୈଳ ବହନ କରୁଥିଲା ଏବଂ ଏଥିରେ ୩୧ ଜଣ ଭାରତୀୟ ନାବିକ ଅଛନ୍ତି। ଏହାର ସୁରକ୍ଷିତ ଆଗମନ ଦେଶର ଇନ୍ଧନ ଯୋଗାଣ ପାଇଁ ଆରାମ ଆଣିଛି। ଅନ୍ୟପଟେ, ଏହି ଉତ୍ତେଜନା ମଧ୍ୟରେ IRGC ଦୁଇଟି ମାଲବାହୀ ଜାହାଜ ଉପରେ ଗୁଳିମାଡ କରି ସେଗୁଡ଼ିକୁ କବଜା କରିଥିବା ଖବର ମିଳିଛି, ଯାହାମଧ୍ୟରୁ ଗୋଟିଏ ଜାହାଜ ଭାରତକୁ ଆସୁଥିଲା।

ଭାରତ ସରକାର ବାଣିଜ୍ୟ ଜାହାଜ ଓ ନାବିକଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଥିବା ସହ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ଜାହାଜଗୁଡ଼ିକ ପାଇଁ ସୁରକ୍ଷିତ ପଥ ନିଶ୍ଚିତ କରିବାକୁ ଇରାନକୁ ଅନୁରୋଧ କରିଛି।

Leave A Reply

Your email address will not be published.