ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ହର୍ମୁଜ୍ ଉତ୍ତେଜନା ମଧ୍ୟରେ ସୁରକ୍ଷିତ ଭାବେ ଭାରତ ପହଞ୍ଚିଲା “ଦେଶ ଗାରିମା” ତୈଳ ଟ୍ୟାଙ୍କର୍

0

ନ୍ୟୁଜ୍ ବ୍ୟୁରୋ: ମଧ୍ୟପ୍ରାଚ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ସତ୍ତ୍ୱେ ଭାରତୀୟ ତୈଳ ଟ୍ୟାଙ୍କର୍ “ଦେଶ ଗାରିମା” ସୁରକ୍ଷିତ ଭାବେ ଭାରତରେ ପହଞ୍ଚିଛି। ହର୍ମୁଜ୍ ପ୍ରଣାଳୀ ଦେଇ ଆସୁଥିବା ସମୟରେ ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ପକ୍ଷରୁ ଜାହାଜ ଉପରେ ଗୁଳିଚାଳନା ଘଟିଥିଲେ ମଧ୍ୟ ଏହା ଆଗକୁ ବଢ଼ି ଯାଇଥିଲା। ବର୍ତ୍ତମାନ ଜାହାଜଟି ମୁମ୍ବାଇ ଉପକୂଳରୁ କିଛି ନଟିକାଲ୍ ମାଇଲ୍ ଦୂରରେ ଲଙ୍ଗର ଲାଗିଛି।

୧୮ ଏପ୍ରିଲରେ ହର୍ମୁଜ୍ ଛାଡ଼ିଥିବା ଏହି ଟ୍ୟାଙ୍କର୍ ବିପୁଳ ପରିମାଣର ଅଶୋଧିତ ତୈଳ ବହନ କରୁଥିଲା ଏବଂ ଏଥିରେ ୩୧ ଜଣ ଭାରତୀୟ ନାବିକ ଅଛନ୍ତି। ଏହାର ସୁରକ୍ଷିତ ଆଗମନ ଦେଶର ଇନ୍ଧନ ଯୋଗାଣ ପାଇଁ ଆରାମ ଆଣିଛି। ଅନ୍ୟପଟେ, ଏହି ଉତ୍ତେଜନା ମଧ୍ୟରେ IRGC ଦୁଇଟି ମାଲବାହୀ ଜାହାଜ ଉପରେ ଗୁଳିମାଡ କରି ସେଗୁଡ଼ିକୁ କବଜା କରିଥିବା ଖବର ମିଳିଛି, ଯାହାମଧ୍ୟରୁ ଗୋଟିଏ ଜାହାଜ ଭାରତକୁ ଆସୁଥିଲା।

ଭାରତ ସରକାର ବାଣିଜ୍ୟ ଜାହାଜ ଓ ନାବିକଙ୍କ ସୁରକ୍ଷା ନେଇ ଚିନ୍ତା ବ୍ୟକ୍ତ କରିଥିବା ସହ ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ଜାହାଜଗୁଡ଼ିକ ପାଇଁ ସୁରକ୍ଷିତ ପଥ ନିଶ୍ଚିତ କରିବାକୁ ଇରାନକୁ ଅନୁରୋଧ କରିଛି।

Leave A Reply

Your email address will not be published.