ପ୍ରମୁଖ ଖବର

୭୫ ବର୍ଷରେ ଭେଟେରାନ ଅଭିନେତା ନାନା ପାଟେକରଙ୍କ ପରଲୋକ
ସାଉଦିର ଦୁଇ ବିମାନବନ୍ଦରରେ ହୁତି ଆକ୍ରମଣ, ୩ ମୃତ; ୩୬ ଆହତ
ଏଆଇ ନିୟନ୍ତ୍ରଣ ପାଇଁ ମାସକରେ ଆସିବ ପରାମର୍ଶପତ୍ର
କ୍ୟାନସର ଔଷଧ ଦାମରେ ବଡ଼ ହ୍ରାସ, ୩୦%ରେ ଅଟକିବ ଟ୍ରେଡ୍‌ ମାର୍ଜିନ୍‌
ପାଟନାରେ ତେଜସ୍ୱୀଙ୍କ ସମେତ ୩ ନେତା ଅଟକ
ତିର୍ତ୍ତୋଲରେ ବାଣ ବିସ୍ଫୋରଣ: ବାପ-ପୁଅ ମୃତ, ଶିକ୍ଷକ ଗୁରୁତର
ସାହିତ୍ୟରେ ନୋବେଲ ପାଇଁ ଆନ୍ନେ କାରସନ ମନୋନୀତ
ଜିଏସ୍‌ଟି ନିୟମରେ ବଡ଼ ପରିବର୍ତ୍ତନ, ଛୋଟ ବ୍ୟବସାୟୀଙ୍କୁ ମିଳିବ ଆଶ୍ୱସ୍ତି

ଅନୈତିକ କାର୍ଯ୍ୟରେ ଲିପ୍ତ ଶୁଦ୍ଧ ସୁଆର ଓ ଦଇତାପତି ସେବକଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ କଟକଣା

0

ପୁରୀ: ଶ୍ରୀମନ୍ଦିରର ଶୁଦ୍ଧ ସୁଆର ଓ ଦଇତାପତି ସେବକ, ଶ୍ରଦ୍ଧାନନ୍ଦ ଦାସ ମହାପାତ୍ର ଙ୍କୁ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଅଭିଯୋଗରେ ତାଙ୍କ ବିରୁଦ୍ଧରେ ପୋଲିସ୍ ମୋକଦ୍ଦମା ରୁଜୁ କରାଯାଇଥିବା ଶ୍ରୀମନ୍ଦିର ପ୍ରଶାସନଙ୍କ ଦୃଷ୍ଟିକୁ ଆସିବା ପରିପ୍ରେକ୍ଷୀରେ ଆଜି ଶ୍ରୀମନ୍ଦିର ଆଇନ ଅନୁଯାୟୀ ତାଙ୍କୁ ଅନ୍ୟାଦେଶ ପାଇଁ ନିଲମ୍ବନ କରିଛନ୍ତି ମୁଖ୍ୟ ପ୍ରଶାସକ।

ଉକ୍ତ ସେବକଙ୍କ ଅନୈତିକ କାର୍ଯ୍ୟ ସମଗ୍ର ସେବକ ସମାଜ ଏବଂ ଶ୍ରୀମନ୍ଦିରର ସମ୍ମାନ ଓ ମର୍ଯ୍ୟାଦା କ୍ଷୁର୍ଣ୍ଣ କରିଥିବା ପରିପ୍ରେକ୍ଷୀରେ ଉକ୍ତ ସେବକଙ୍କ ବିରୁଦ୍ଧରେ ନିଲମ୍ବନ ଆଦେଶ ଜାରି କରାଯାଇଛି। ଏହା ଅନ୍ୟାଦେଶ ପର୍ଯ୍ୟନ୍ତ ବଳବତ୍ତର ରହିବା ସହିତ ନିଲମ୍ବନ ଅବଧିରେ ଉକ୍ତ ସେବକ ସେବାରୁ ବଞ୍ଚିତ ହେବା ସହିତ ଶ୍ରୀମନ୍ଦିରରେ ପ୍ରବେଶ କରିବା ପାଇଁ ନିଷେଧାଜ୍ଞା ଜାରି କରିଛନ୍ତି ମୁଖ୍ୟ ପ୍ରଶାସକ।

ଶ୍ରୀମନ୍ଦିରର ପ୍ରାୟତଃ ସେବକଙ୍କ ଆଚାର ବ୍ଯବହାର ସଠିକ ରହି ନୀତିକାନ୍ତି ସମ୍ପାଦନ ଶୃଂଖଳିତ ରହୁଥିବା ବେଳେ କିଛି ସେବକଙ୍କ ଅବାଂଛିତ କାର୍ଯ୍ଯକଳାପ ସମଗ୍ର ସେବକ ସମାଜକୁ ବଦନାମ୍ କରୁଥିବା ଦର୍ଶାଇ କୌଣସିବି ବିଶୃଂଖଳାକୁ ବରଦାସ୍ତ କରାଯିବ ନାହିଁ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ଡ଼.ଅରବିନ୍ଦ ପାଢୀ।

Leave A Reply

Your email address will not be published.