ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ମମତା ଦିଦିଙ୍କ ଖେଳ ଶେଷ: ଯୋଗୀ ଆଦିତ୍ୟନାଥ

0

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ବିଧାନସଭାର ୧୫୨ଟି ଆସନ ପାଇଁ ଗୁରୁବାର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଚାଲିଥିବାବେଳେ ରାଜ୍ୟରେ ରାଜନୈତିକ ତାପମାତ୍ରା ଉଚ୍ଚସ୍ଥାନକୁ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ନଦିଆ ଜିଲ୍ଲାର ଚକଦହାରେ ଆୟୋଜିତ ଏକ ସାଧାରଣ ସଭାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେଇ ଭୋଟରମାନଙ୍କୁ ସମ୍ବୋଧନ କରିଥିଲେ।

ସଭାରେ ସେ ନଦିଆର ଆଧ୍ୟାତ୍ମିକ ଓ ସାଂସ୍କୃତିକ ପରମ୍ପରାକୁ ଉଲ୍ଲେଖ କରି ଏହାକୁ ଚୈତନ୍ୟ ମହାପ୍ରଭୁଙ୍କ ବୈଷ୍ଣବ ଧାରାର ପବିତ୍ର ଭୂମି ବୋଲି କହିଥିଲେ। ଯୋଗୀ ଆଦିତ୍ୟନାଥ ରାଜ୍ୟର ଆଇନ-ଶୃଙ୍ଖଳା, ବିକାଶ ଓ ସାଂସ୍କୃତିକ ପରିଚୟ ପ୍ରସଙ୍ଗ ଉଠାଇ ମମତା ବାନାର୍ଜୀଙ୍କ ସରକାରକୁ କଟାକ୍ଷ କରିଥିଲେ। ସେ ଭାଜପା ପ୍ରାର୍ଥୀ ବଙ୍କିମ ଚନ୍ଦ୍ର ଘୋଷଙ୍କ ପକ୍ଷରେ ଭୋଟ ମାଗି ଡବଲ ଇଞ୍ଜିନ ସରକାର ଗଠନ ହେଲେ ରାଜ୍ୟରେ ବିକାଶ, ସୁରକ୍ଷା ଓ ସାଂସ୍କୃତିକ ପୁନର୍ଜାଗରଣ ଆସିବ ବୋଲି କହିଥିଲେ।

ଯୋଗୀ ଆଦିତ୍ୟନାଥ ତାଙ୍କ ଭାଷଣରେ କହିଥିଲେ ଯେ ପଶ୍ଚିମବଙ୍ଗରେ ହଜାର ହଜାର ଶିଳ୍ପ ବନ୍ଦ ହୋଇଥିବାବେଳେ ଉତ୍ତରପ୍ରଦେଶରେ ଶିଳ୍ପ ବିକାଶ ଦ୍ରୁତ ଗତିରେ ଆଗକୁ ବଢ଼ିଛି ଓ ଲକ୍ଷାଧିକ ଯୁବକ ନିଯୁକ୍ତି ପାଇଛନ୍ତି। ସେ ଆହୁରି କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଭଳି ବଡ଼ ପ୍ରକଳ୍ପଗୁଡ଼ିକ ଡବଲ ଇଞ୍ଜିନ ସରକାର ଥିବାରୁ ସମ୍ଭବ ହୋଇପାରିଛି। ଶେଷରେ ସେ ଦାବି କରିଥିଲେ ଯେ ଏଥର ପଶ୍ଚିମବଙ୍ଗରେ ବିଜେପି ସରକାର ଗଠନ ହେବା ନିଶ୍ଚିତ ଏବଂ ରାଜ୍ୟରେ “ଖେଳ ଶେଷ, ବିକାଶ ଆରମ୍ଭ” ହେବ।

Leave A Reply

Your email address will not be published.