ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଜନଗଣନା କର୍ମଚାରୀଙ୍କ ସୁରକ୍ଷା ପାଇଁ ଆସିବ ଏସ୍‌ଓପି

0

ଭୁବନେଶ୍ଵର: ଜନଗଣନା କାର୍ଯ୍ୟରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ସୁରକ୍ଷା ନେଇ ରାଜ୍ୟ ସରକାର ଗୁରୁତ୍ୱ ଦେଇଛନ୍ତି। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏନେଇ ବୈଠକ ଡାକି ସୁରକ୍ଷା ପାଇଁ ଏକ ଏସ୍‌ଓପି ପ୍ରସ୍ତୁତି ଉପରେ ଆଲୋଚନା କରିଛନ୍ତି। ଘରେ ଘରେ ଯାଇ ଜନଗଣନା କରିବା ଏକ ଚ୍ୟାଲେଞ୍ଜ ଥିବା ସହ ତୀବ୍ର ଗ୍ରୀଷ୍ମପ୍ରବାହ ପରିସ୍ଥିତିକୁ ଆହୁରି କଠିନ କରିଛି।

ଏହାରି ମଧ୍ୟରେ କିଛି କର୍ମଚାରୀ ଅସୁସ୍ଥ ହେବା ସହ ହିଟ୍‌ ଷ୍ଟ୍ରୋକ ଓ ଦୁର୍ଘଟଣା ଘଟିଥିବା ଖବର ମିଳିଛି। ସୋନପୁର ଜିଲ୍ଲାରେ ଜଣେ କର୍ମଚାରୀଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ବେଳେ କିଛି ସ୍ଥାନରେ ଅଧିକାରୀଙ୍କ ଉପରେ ଆକ୍ରମଣ ମଧ୍ୟ ହୋଇଛି। କାମାକ୍ଷାନଗରର ମହିମାନଗରରେ ଜନଗଣନା କାମକୁ ଯାଇଥିବା କର୍ମଚାରୀଙ୍କୁ ଆକ୍ରମଣ କରାଯାଇଥିବାରୁ ୪ଜଣ ଆହତ ହୋଇଛନ୍ତି, ଯାହାମଧ୍ୟରେ ୨ଜଣ ମହିଳା କର୍ମଚାରୀ ଅଛନ୍ତି। ଆକ୍ରମଣକାରୀମାନେ ମାଡ଼ମାରିବା ସହ ଗାଡ଼ି ଭାଙ୍ଗିଦେଇଥିବା ଅଭିଯୋଗ ହୋଇଛି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତମାନଙ୍କୁ ଅଟକ ରଖି ତଦନ୍ତ କରୁଛି।

ସରକାର ପକ୍ଷରୁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏପ୍ରିଲ ୧୬ରୁ ଆରମ୍ଭ ହୋଇଥିବା ଜନଗଣନା କାର୍ଯ୍ୟ ମେ ୧୫ ପର୍ଯ୍ୟନ୍ତ ଚାଲିବ। ସରକାର କହିଛନ୍ତି, କର୍ମଚାରୀଙ୍କ ସୁରକ୍ଷା ସହ କୌଣସି ସମ୍ମୋତି ହେବ ନାହିଁ ଏବଂ ଆକ୍ରମଣକାରୀଙ୍କୁ କଠୋର କାର୍ଯ୍ୟାନୁଷ୍ଠାନ ହେବ।

Leave A Reply

Your email address will not be published.