ପ୍ରମୁଖ ଖବର

ଭାରତୀୟ ପାଇଲଟ୍‌ଙ୍କ ସାହସକୁ ୟୁଏଇର ସମ୍ମାନ, ପ୍ରଦାନ କଲା ‘ଜାୟେଦ୍‌’ ପୁରସ୍କାର
କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩% ବୃଦ୍ଧି, ଜୁଲାଇରୁ ମିଳିବ ବର୍ଦ୍ଧିତ ଭତ୍ତା
ଅପରେସନ ସିନ୍ଦୂର ପରେ ପ୍ରଥମ ଥର ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
ମଧ୍ୟପ୍ରଦେଶରୁ ରାଜ୍ୟସଭା ଉପନିର୍ବାଚନ ଲଢ଼ିବେ ହରଦୀପ ସିଂହ ପୁରୀ
ସ୍ପେନରେ ଦୁଇ ହାଇସ୍ପିଡ୍‌ ଟ୍ରେନ୍‌ ଧକ୍କା, ୩୯ ମୃତ
ଆନ୍ଧ୍ରରେ ସ୍ଥଳଭାଗ ଛୁଇଁ ଓଡ଼ିଶାମୁହାଁ ‘ଅର୍ଣ୍ଣବ’, ୨୪ ଘଣ୍ଟା ସତର୍କ ରହିବାକୁ ଏସ୍‌ଆର୍‌ସିଙ୍କ ପରାମର୍ଶ

ଭାରତ ଆସୁଥିବା ଜାହାଜକୁ ଟାର୍ଗେଟ

0

ହର୍ମୁଜ ପ୍ରଣାଳୀରେ ଦୁଇ ଜାହାଜ ଗୁଳିମାଡ଼

ନ୍ୟୁଜ୍ ବ୍ୟୁରୋ: ହର୍ମୁଜ ପ୍ରଣାଳୀରେ ଇରାନ ରିଭୋଲ୍ୟୁଶନରୀ ଗାର୍ଡ କପର୍ସ (IRGC) ଦ୍ୱାରା ଗୁଳିମାଡ଼ ଘଟଣା ପରେ ଅଞ୍ଚଳରେ ଅଶାନ୍ତି ବଢ଼ିଛି। ତଥ୍ୟ ଅନୁସାରେ, ଇରାନୀ ବଳ ତିନୋଟି ମାଲବାହୀ ଜାହାଜକୁ ଟାର୍ଗେଟ କରିଥିବା ବେଳେ, ଦୁଇଟି ଜାହାଜକୁ ଜବତ କରି ନିଜ ଅଧୀନରେ ନେଇଛି। ଏହି ଜାହାଜମାନଙ୍କ ମଧ୍ୟରୁ ଗୋଟିଏ ‘ଏପାମିନୋଡେସ୍’ ଦୁବାଇରୁ ଚାଲି ଭାରତର ଗୁଜରାଟର ମୁନ୍ଦ୍ରା ବନ୍ଦରକୁ ଆସୁଥିଲା। ହର୍ମୁଜ ପ୍ରଣାଳୀ ଅତିକ୍ରମ କରିବା ପରେ ଏହା ଉପରେ ଗୁଳିମାଡ଼ କରାଯାଇଥିବା ସୂଚନା ମିଳିଛି। ଏହା ସହିତ ‘ଏମଏସସି ଫ୍ରାନସେସ୍କା’ ନାମକ ଅନ୍ୟ ଜାହାଜକୁ ମଧ୍ୟ ଇରାନ ଜବତ କରିଛି।

ଇରାନ ନୌସେନା ପକ୍ଷରୁ ଦାବି କରାଯାଇଛି ଯେ ଏହି ଜାହାଜଗୁଡ଼ିକ ବିନା ଆବଶ୍ୟକୀୟ ଅନୁମତିରେ ଚାଲୁଥିଲା ଏବଂ ନେଭିଗେସନ ସିଷ୍ଟମରେ ହେରଫେର କରି ସାମୁଦ୍ରିକ ସୁରକ୍ଷାକୁ ବିପଦରେ ପକାଇଥିଲେ। ଏହାପରେ ଇରାନୀ ବଳ ସେମାନଙ୍କୁ ଜବତ କରି ଇରାନ ତଟକୁ ନେଇଯାଇଛି। ବର୍ତ୍ତମାନ ଜାହାଜଗୁଡ଼ିକ ଇରାନର ନିୟନ୍ତ୍ରଣରେ ରହିଥିବା ବେଳେ, ସେଥିରେ ଥିବା ସାମଗ୍ରୀ, ଡକ୍ୟୁମେଣ୍ଟ ଓ ଅନ୍ୟାନ୍ୟ ରେକର୍ଡର ଯାଞ୍ଚ ଚାଲିଛି। ଏହି ଘଟଣା ପରେ ହର୍ମୁଜ ପ୍ରଣାଳୀରେ ସୁରକ୍ଷା ନେଇ ଚିନ୍ତା ବଢ଼ିବା ସହ ଆନ୍ତର୍ଜାତୀୟ ମଞ୍ଚରେ ମଧ୍ୟ ପ୍ରତିକ୍ରିୟା ସୃଷ୍ଟି ହୋଇଛି।

Leave A Reply

Your email address will not be published.