ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

କର୍ତ୍ତବ୍ୟରେ ଅବହେଳା ପାଇଁ ପୋଲିସ ଅଧିକାରୀ ସସ୍ପେଣ୍ଡ

0

ପଶ୍ଚିମବଙ୍ଗ: ଭାରତ ନିର୍ବାଚନ ଆୟୋଗ ପଶ୍ଚିମବଙ୍ଗର ଉତ୍ତର ୨୪ ପରଗଣା ଜିଲ୍ଲାର ହିଙ୍ଗଳଗଞ୍ଜ ଥାନାର ଓସି ସନ୍ଦୀପ ସରକାରଙ୍କୁ କର୍ତ୍ତବ୍ୟରେ ଅବହେଳା ଅଭିଯୋଗରେ ସସ୍ପେଣ୍ଡ କରିଛି। ଆୟୋଗ ପକ୍ଷରୁ ଗୁରୁବାର ରାତିରେ ଜାରି ହୋଇଥିବା ଆଦେଶରେ ତାଙ୍କୁ ତୁରନ୍ତ ଦାୟିତ୍ୱରୁ ହଟାଇବାକୁ କୁହାଯାଇଛି। ଯଦିଓ ଆଦେଶରେ ସ୍ପଷ୍ଟ କାରଣ ଉଲ୍ଲେଖ ହୋଇନଥିଲେ ମଧ୍ୟ, କର୍ତ୍ତବ୍ୟରେ ଅବହେଳା ଥିବା କୁହାଯାଇଛି। ରାଜ୍ୟର ମୁଖ୍ୟ ସଚିବ ଦୁଷ୍ୟନ୍ତ ନାରିଆଲାଙ୍କୁ ଆୟୋଗ ନିର୍ଦ୍ଦେଶ ଅନୁସାରେ ପଦକ୍ଷେପ ନେବାକୁ କୁହାଯାଇଛି। ସେଥିସହିତ ସନ୍ଦୀପ ସରକାରଙ୍କ ସ୍ଥାନରେ ତୁରନ୍ତ ଅନ୍ୟ ଅଧିକାରୀଙ୍କୁ ଦାୟିତ୍ୱ ଦେବାକୁ ଆଦେଶ ଦିଆଯାଇଛି।

ଏହାସହିତ, ସସ୍ପେଣ୍ଡ ସହ ଶାସନାତ୍ମକ କାର୍ଯ୍ୟବାହୀ ମଧ୍ୟ ନେବାକୁ କୁହାଯାଇଛି। ଉଲ୍ଲେଖ୍ୟ ଯେ, ଏହି ଅଞ୍ଚଳରେ ଶୁକ୍ରବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସଭା ରହିଛି। ହିଙ୍ଗଳଗଞ୍ଜରେ ଦ୍ୱିତୀୟ ପର୍ଯ୍ୟାୟରେ, ଅର୍ଥାତ୍ ୨୯ ଏପ୍ରିଲରେ ଭୋଟଗ୍ରହଣ ହେବାକୁ ଥିବାବେଳେ, ତାହା ପୂର୍ବରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ନିର୍ବାଚନ ସମୟରେ ଆଇନ-ଶୃଙ୍ଖଳାକୁ କଢ଼ା କରିବା ଓ ନିରୀକ୍ଷଣ ବଢ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଥିବା ବୋଲି ମନେ କରାଯାଉଛି। ନିର୍ବାଚନ ଘୋଷଣା ପରଠାରୁ ଆୟୋଗ ରାଜ୍ୟରେ ପ୍ରଶାସନିକ ଓ ପୋଲିସ ଅଧିକାରୀମାନଙ୍କୁ ବଦଳ କରୁଛି। ଅନେକ ଅଧିକାରୀଙ୍କୁ ତାଙ୍କ ପଦରୁ ହଟାଇ ନିର୍ବାଚନ ସମ୍ବନ୍ଧୀୟ କାମରୁ ଦୂରେଇ ରଖାଯାଇଛି।

Leave A Reply

Your email address will not be published.