ପ୍ରମୁଖ ଖବର

୪୧୦୫ ଅଭିଯୋଗର ସମାଧାନ, ଆସୁଛି ‘ସ୍ପେଶାଲ କ୍ୟାମ୍ପେନ୍ ୬.୦’
କଏଦୀଙ୍କୁ ଅନାବଶ୍ୟକ ମାଡ଼ ମନା, ଜେଲ୍‌ ୱାର୍ଡେନ୍‌ଙ୍କୁ ହାଇକୋର୍ଟଙ୍କ ଚେତାବନୀ
ଜମ୍ମୁ-କଶ୍ମୀରକୁ ପୂର୍ଣ୍ଣ ରାଜ୍ୟ ମାନ୍ୟତା ଦାବି ପ୍ରସ୍ତାବ ପାରିତ
ଫାସ୍‌ଟ୍ୟାଗ୍ ବାର୍ଷିକ ପାସ୍ ବ୍ୟବହାରକାରୀ ୧ କୋଟି ଟପିଲେ
ଷଷ୍ଠ ଶ୍ରେଣୀ ପାଇଁ ବି ତୃତୀୟ ଭାଷାରେ ରିହାତି, ସିବିଏସ୍‌ଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଏନ୍‌ଡିଏକୁ ଯିବୁନି, ଯିଏ ଆସିବାକୁ ଚାହୁଁଛି ଆମ ସହ ଆସୁ: ଶରଦ ପାୱାର
୧୦ ବର୍ଷରେ ତମାଖୁଜାତ ଦ୍ରବ୍ୟରୁ ୭୩୪୬ କୋଟି ଟିକସ ଆଦାୟ
ୟୁପିଆଇ ଚାର୍ଜକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ମତ
ଏଆଇ ଉପରେ ଲାଗୁ ହେଉ ନିୟନ୍ତ୍ରଣ, ନଚେତ ଭୟଙ୍କର ପରିଣାମ: ବିଲ୍ ଗେଟ୍ସ
ପଞ୍ଚମ ଦିନରେ ବି ଥମିଲାନି ଖଣି ଆଇନ ତାତି, ହଟ୍ଟଗୋଳରେ ଗୃହ ମୁଲତବୀ

ଇସ୍ପାତ୍ ରାଜଧାନୀ ହେବ ଓଡ଼ିଶା : ମୁଖ୍ୟମନ୍ତ୍ରୀ

0

ଭୁବନେଶ୍ବର: ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳରେ ସମ୍ପନ୍ନ ଓଡ଼ିଶାକୁ ୨୦୩୬ ସୁଦ୍ଧା ସମୃଦ୍ଧ ଏବଂ ୨୦୪୭ ସୁଦ୍ଧା ୧.୫ ଟ୍ରିଲିୟନ୍ ଡଲାର ଅର୍ଥନୀତିରେ ପରିଣତ କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ନେଇ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି। ସେ କହିଛନ୍ତି, ଏହି ଲକ୍ଷ୍ୟ ପୂରଣ ପାଇଁ ଓଡ଼ିଶାରେ ଏକ ନୂତନ ଶିଳ୍ପ ବିପ୍ଲବ ଆରମ୍ଭ ହୋଇଛି, ଯାହା ରାଜ୍ୟକୁ ‘ଗ୍ରୋଥ୍ ଇଞ୍ଜିନ୍‌’ ଭାବେ ଗଢ଼ି ତୋଳିବ।

ସମ୍ବଲପୁର ଜିଲ୍ଲା ଠେଲକୋଲୋଇରେ ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ ଓ ଜାପାନର ​ଜେ ଏଫ୍‌ଇ ଷ୍ଟିଲ ମଧ୍ୟରେ ଯୁଗ୍ମ ଉଦ୍ୟମ ଶୁଭାରମ୍ଭ ଅବସରରେ ସେ କହିଥିଲେ, ଆଗାମୀ କିଛିବର୍ଷରେ ଓଡ଼ିଶା ଭାରତର ଇସ୍ପାତ ରାଜଧାନୀ ହେବ। ବର୍ତ୍ତମାନ ୪୦ ମିଲିୟନ୍ ଟନ୍ ଉତ୍ପାଦନ ହେଉଥିବା ଇସ୍ପାତକୁ ୫ ବର୍ଷରେ ୧୦୦ ମିଲିୟନ୍ ଟନ୍ କରିବା ଲକ୍ଷ୍ୟ ରହିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ପରେ ‘ମେକ୍ ଇନ୍ ଓଡ଼ିଶା’ କନ୍କ୍ଲେଭରେ ୧୭ ଲକ୍ଷ କୋଟି ଟଙ୍କାର ନିବେଶ ପ୍ରସ୍ତାବ ଆସିଥିବା ବେଳେ ୨.୮ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟରତ ଅଛି। ଏହା ଫଳରେ ୨.୫ ଲକ୍ଷ ରୋଜଗାର ସୃଷ୍ଟି ହେବାକୁ ଥିବାବେଳେ ୯୨ ହଜାର ନିଯୁକ୍ତି ଏପର୍ଯ୍ୟନ୍ତ ସୃଷ୍ଟି ହୋଇସାରିଛି।

ଜେଏସ୍‌ଡବ୍ଲ୍ୟୁ–ଜେ ଏଫ୍‌ଇ ଯୁଗ୍ମ ଉଦ୍ୟମରେ ଇଲେକ୍ଟ୍ରିକାଲ ଷ୍ଟିଲ ଉତ୍ପାଦନ ହେବ, ଯାହା ପାୱାର ସିଷ୍ଟମ୍ ଓ ଇଲେକ୍ଟ୍ରିକ୍ ବାହନ ପାଇଁ ଦରକାରୀ। ଏହା ସହିତ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହେବା ସହ ସହଯୋଗୀ କମ୍ପାନୀମାନେ ମଧ୍ୟ ଗଢ଼ିଉଠୁଛନ୍ତି।
ସରକାର ୧୬ଟି ନୂତନ କ୍ଷେତ୍ରରେ ଶିଳ୍ପ ବିକାଶ, ସମସ୍ତ ୩୦ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ଏବଂ ‘ସମ୍ବଲପୁର ଗ୍ରୋଥ୍ କରିଡର’ ମାଧ୍ୟମରେ ୧ ଲକ୍ଷ କୋଟି ଟଙ୍କାର ନିବେଶ ଓ ୨ ଲକ୍ଷରୁ ଅଧିକ ଚାକିରି ସୃଷ୍ଟିର ଯୋଜନା ନେଇଛି।

Leave A Reply

Your email address will not be published.