ପ୍ରମୁଖ ଖବର

ମହାନଦୀରେ ବୁଡ଼ି ୩ କଲେଜ ଛାତ୍ର ନିଖୋଜ, ଜଣଙ୍କ ମୃତଦେହ ଉଦ୍ଧାର
ଏମ୍ସ ଭୁବନେଶ୍ୱରରେ ଡାକ୍ତରଙ୍କୁ ଆକ୍ରମଣ: ୩ ଅଭିଯୁକ୍ତ ଗିରଫ
ଅନୁଗୁଳୁ:ଚଳନ୍ତା ବସ୍‌ରେ ଭୟାବହ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ୪୦ ଯାତ୍ରୀ
ଦେବସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ କାଲି ସବୁ ସ୍କୁଲ୍ ବନ୍ଦ
ଶିବସେନା (ୟୁବିଟି)ରେ ବଡ଼ ଆଶଙ୍କା, ୧୪ ବିଧାୟକ ଯାଇପାରନ୍ତି ସିନ୍ଦେ ଶିବିରକୁ
ସେଚେଲ୍ସର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦି
ବିଶ୍ୱ କ୍ୟାଡେଟ୍ ଚେସ୍‌ରେ ଭାରତର ଚମକ: ଓଡ଼ିଆ ପୁଅ ସାତ୍ତ୍ବିକଙ୍କୁ କାଂସ୍ୟ
କରାଚିରେ ଆତଙ୍କବାଦୀ ଆକ୍ରମଣ: ୩ ଯବାନଙ୍କ ସହ ୬ ମୃତ

ରାଜସ୍ଥାନରେ କବାଡି ଗୋଦାମରେ ଭୟାବହ ଅଗ୍ନିକାଣ୍ଡ

0

ରାଜସ୍ଥାନ: ରାଜସ୍ଥାନର କୋଟପୁଟଲି-ବେହର ଜିଲ୍ଲାର ନିମ୍ରାଣା ଅଞ୍ଚଳରେ ଥିବା ଏକ କବାଡି ଗୋଦାମରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ଦୁର୍ଘଟଣାରେ ୨ ନାବାଳିକା ସମେତ ମୋଟ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।
ସୂଚନାଅନୁଯାୟୀ, ନିମ୍ରାଣା ଶିଳ୍ପାଞ୍ଚଳର ମୋହଲାଡିଆ-ବିଚପୁରୀ ରୋଡରେ ଥିବା ଗୋଦାମରେ ଶୁକ୍ରବାର ସନ୍ଧ୍ୟା ସମୟରେ ଅଚାନକ ଆଗ୍ନିକାଣ୍ଡ ଘଟିଥିଲା। ଗୋଦାମ ଭିତରେ ଶ୍ରମିକମାନେ ପରଫ୍ୟୁମ ବୋତଲ ଭାଙ୍ଗୁଥିବା ବେଳେ ସିଗାରେଟରୁ ନିଆଁ ଲାଗିଥିବା ଆଶଙ୍କା କରାଯାଉଛି, ତେବେ ଅଧିକାରୀମାନେ କହିଛନ୍ତି ଯେ ଆଗ୍ନିକାଣ୍ଡର ସଠିକ୍ କାରଣ ଏପର୍ଯ୍ୟନ୍ତ ନିଶ୍ଚିତ ହୋଇନାହିଁ। ଘଟଣା ସମ୍ପର୍କରେ ଖବର ପାଇ ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ ଦଳ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅନେକ ଅଗ୍ନିଶମ ଗାଡ଼ି ପ୍ରାୟ ୨ ଘଣ୍ଟା ଧରି ଅନବରତ ଚେଷ୍ଟା ପରେ ନିଆଁକୁ ନିୟନ୍ତ୍ରଣ କରିଥିଲେ। ଗୁରୁତର ଭାବେ ପୋଡ଼ିଯାଇଥିବା ଜଣେ ମହିଳାଙ୍କୁ ତୁରନ୍ତ ହସ୍ପିଟାଲକୁ ପଠାଯାଇଥିଲା।

ଏହି ଦୁର୍ଘଟଣାରେ ମୃତକମାନେ ହେଲେ ୭ ବର୍ଷୀୟ ଆରୁଷି, କିଶୋରୀ କବିତା (ପ୍ରାୟ ୧୬–୧୮ ବର୍ଷ), ପିକଅପ୍ ଡ୍ରାଇଭର ଜୋନି ଓ ରବିଦତ୍ତ। ଆରୁଷିଙ୍କ ବାପାଙ୍କ କହିବା ଅନୁଯାୟୀ, ସେ ଖାଦ୍ୟ ନେଇ ଗୋଦାମକୁ ଯାଇଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା ଏବଂ ସେ ନିଆଁରେ ପୋଡ଼ିଯାଇଥିଲେ। କବିତାଙ୍କ ପରିବାର ମଧ୍ୟ କହିଛନ୍ତି ଯେ ସେ କାମ କରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା।

ଘଟଣାସ୍ଥଳକୁ ଜିଲାପାଳ ଅପର୍ଣ୍ଣା ଗୁପ୍ତା ଓ ପୋଲିସ ଅଧୀକ୍ଷକ ସତ୍ୟବୀର ସିଂ ସହ ଅନ୍ୟାନ୍ୟ ଅଧିକାରୀମାନେ ପହଞ୍ଚି ପରିସ୍ଥିତିର ସମୀକ୍ଷା କରିଥିଲେ। ଫୋରେନସିକ୍ ଟିମ୍ ଓ ଅଗ୍ନିଶମ ବିଭାଗ ଘଟଣାର କାରଣ ଖୋଜିବା ପାଇଁ ତଦନ୍ତ ଜାରି ରଖିଛନ୍ତି। ଏହି ଘଟଣା ପୁନର୍ବାର ଶିଳ୍ପାଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଓ ନିୟମ ମାନନ୍ତା ବିଷୟରେ ପ୍ରଶ୍ନ ଉଠାଇଛି।

Leave A Reply

Your email address will not be published.