ପ୍ରମୁଖ ଖବର

ମହିଳା କବାଡିରେ ଭାରତକୁ ସ୍ୱର୍ଣ୍ଣ
ନାଗାଲାଣ୍ଡରେ ବିଷାକ୍ତ ମଦ ନେଲା ୧୯ ଜୀବନ
ପାରାଦୀପକୁ ମିଳିଲା ମେଗା ବନ୍ଦର ମାନ୍ୟତା
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଧମକ
୩.୩୫ କେଜି ହେରୋଇନ୍‌ ସହ ପଞ୍ଜାବ ପୁଲିସ୍‌ ଇନ୍‌ସପେକ୍ଟର ଗିରଫ
ଓଡ଼ିଶାରେ ବେଦାନ୍ତର ୧ ଲକ୍ଷ କୋଟି ନିବେଶ ଯୋଜନା, ଢେଙ୍କାନାଳରେ ହେବ ସ୍ମେଲ୍ଟର ପ୍ଲାଣ୍ଟ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ
ପାକିସ୍ତାନରେ ଭୟଙ୍କର ଆତ୍ମଘାତୀ ବିସ୍ଫୋରଣ, ୧୧ ମୃତ; ୩୦ ଆହତ

ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

0

ଭୁବନେଶ୍ୱର: ଭୁବନେଶ୍ୱରରେ ନୌକା ଦୁର୍ଘଟଣାକୁ ରୋକିବା ପାଇଁ ପରିବହନ ବିଭାଗ କଠୋର ନିର୍ଦେଶ ଜାରି କରିଛି। ଏହି ଅନୁସାରେ, ନୌକାରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଲାଇଫ୍ ଜାକେଟ୍ ପିନ୍ଧିବା ଅନିବାର୍ୟ କରାଯାଇଛି ଏବଂ କ୍ଷମତାଠାରୁ ଅଧିକ ଯାତ୍ରୀ ବୋହାଣା ଉପରେ ପ୍ରତିବନ୍ଧ ଲାଗିଛି। ଜବଲପୁର ନୌକା ଦୁର୍ଘଟଣା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିବାବେଳେ, ନିୟମ ପାଳନ ନିମନ୍ତେ ବିଭିନ୍ନ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ପ୍ରତ୍ୟେକ ନୌକାରେ ଲାଇଫ୍ ଜାକେଟ୍, ଜୀବନରକ୍ଷକ ଓ ଅଗ୍ନିନିର୍ବାପନ ସାମଗ୍ରୀ ରଖିବା ଆବଶ୍ୟକ ବୋଲି ନିର୍ଦେଶ ଦିଆଯାଇଛି।

ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନୁସାରେ ସରକାରୀ ଓ ବେସରକାରୀ ନୌକାକୁ ରିଆତିରେ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉଛି। ତଥାପି ନିୟମର ସଠିକ୍ ଅନୁପାଳନ କେତେଦୂର ହେଉଛି, ସେଥିପାଇଁ ଏବେ ନଜର ରହିଛି।

Leave A Reply

Your email address will not be published.