ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ଓଡ଼ିଶାରେ ନୌକା ସୁରକ୍ଷା କଠୋର, ଲାଇଫ୍ ଜାକେଟ୍ ବାଧ୍ୟତାମୂଳକ

0

ଭୁବନେଶ୍ୱର: ଭୁବନେଶ୍ୱରରେ ନୌକା ଦୁର୍ଘଟଣାକୁ ରୋକିବା ପାଇଁ ପରିବହନ ବିଭାଗ କଠୋର ନିର୍ଦେଶ ଜାରି କରିଛି। ଏହି ଅନୁସାରେ, ନୌକାରେ ଯାତ୍ରା କରୁଥିବା ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ଲାଇଫ୍ ଜାକେଟ୍ ପିନ୍ଧିବା ଅନିବାର୍ୟ କରାଯାଇଛି ଏବଂ କ୍ଷମତାଠାରୁ ଅଧିକ ଯାତ୍ରୀ ବୋହାଣା ଉପରେ ପ୍ରତିବନ୍ଧ ଲାଗିଛି। ଜବଲପୁର ନୌକା ଦୁର୍ଘଟଣା ପରେ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯାଇଥିବାବେଳେ, ନିୟମ ପାଳନ ନିମନ୍ତେ ବିଭିନ୍ନ ବିଭାଗକୁ ସତର୍କ ରହିବାକୁ କୁହାଯାଇଛି। ପ୍ରତ୍ୟେକ ନୌକାରେ ଲାଇଫ୍ ଜାକେଟ୍, ଜୀବନରକ୍ଷକ ଓ ଅଗ୍ନିନିର୍ବାପନ ସାମଗ୍ରୀ ରଖିବା ଆବଶ୍ୟକ ବୋଲି ନିର୍ଦେଶ ଦିଆଯାଇଛି।

ସହିଦ ବାଜି ରାଉତ ନୌଯାତ୍ରା ସୁରକ୍ଷା ଯୋଜନା ଅନୁସାରେ ସରକାରୀ ଓ ବେସରକାରୀ ନୌକାକୁ ରିଆତିରେ ସୁରକ୍ଷା ସାମଗ୍ରୀ ଯୋଗାଇ ଦିଆଯାଉଛି। ତଥାପି ନିୟମର ସଠିକ୍ ଅନୁପାଳନ କେତେଦୂର ହେଉଛି, ସେଥିପାଇଁ ଏବେ ନଜର ରହିଛି।

Leave A Reply

Your email address will not be published.